ETV Bharat / sports

Indonesia Masters: ବିଜୟ ଯାତ୍ରା ଜାରି, ସେମିରେ ସିନ୍ଧୁ

କ୍ବାର୍ଟର-ଫାଇନାଲରେ ତୁର୍କୀର ନେସଲିହାନ ୟିଗିତଙ୍କୁ ୨୧-୧୩, ୨୧-୧୦ ସିଧାସଳଖ ସେଟ୍‌ରେ ହରାଇ ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡମିଣ୍ଟନ ୨୦୨୧ ଟୁର୍ନାମେଣ୍ଟର ସେମିଫାଇନାଲରେ ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁ । ଅଧିକ ପଢନ୍ତୁ

author img

By

Published : Nov 19, 2021, 4:30 PM IST

Indonesia Masters: PV Sindhu storms into semis
Indonesia Masters: ବିଜୟ ଯାତ୍ରା ଜାରି, ସେମିରେ ସିନ୍ଧୁ

ବାଲି(ଇଣ୍ଡୋନେସିଆ): ଚଳିତ ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡମିଣ୍ଟନ ୨୦୨୧ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁଙ୍କ ବିଜୟ ଯାତ୍ରା ଜାରି । କ୍ବାର୍ଟର-ଫାଇନାଲରେ ଜବରଦସ୍ତ ବିଜୟ ସହ ଦୁଇ ଥରର ଅଲମ୍ପିକ ପଦକ ବିଜେତା ସିନ୍ଧୁ, ଶୁକ୍ରବାର ସେମିଫାଇନାଲରେ ପ୍ରବେଶ କରିଛନ୍ତି ।

କୋର୍ଟ ନମ୍ବର ୩ରେ ଖେଳାଯାଇଥିବା କ୍ବାର୍ଟର ମୁକାବିଲାରେ ତୁର୍କୀର ନେସଲିହାନ ୟିଗିତଙ୍କୁ ୨୧-୧୩, ୨୧-୧୦ ସିଧାସଳଖ ସେଟ୍‌ରେ ହରାଇଛନ୍ତି । ୩୫ ମିନିଟ ଧରି ଖେଳାଯାଇଥିବା ଏହି ମୁକାବିଲାରେ ସିନ୍ଧୁ ପ୍ରଭାବୀ ପ୍ରଦର୍ଶନ ସହ ଏକତରଫା ବିଜୟ ହାସଲ କରିଛନ୍ତି ।

ପୂର୍ବତନ ବିଶ୍ବଚମ୍ପିଆନ ସିନ୍ଧୁଙ୍କ ସାମ୍ନା ସେମିଫାଇନାଲରେ ଜାପାନର ଆକାନି ୟାମାଗୁଚୀ କିମ୍ବା ଥାଇଲାଣ୍ଡର ପର୍ନପୱି ଚୋଚୁୱଙ୍ଗଙ୍କ ସହ ହେବ ।

BWF world tourରେ ଏହା ସିନ୍ଧୁଙ୍କ ଲଗାତାର ଦ୍ବିତୀୟ ସେମିଫାଇନାଲ ପ୍ରବେଶ । ପୂର୍ବରୁ ଗତ ମାସରେ ଫ୍ରେଞ୍ଚ୍‌ ଓପନ ସେମିଫାଇନାଲ ମଧ୍ୟ ଖେଳିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.