ନୂଆଦିଲ୍ଲୀ: ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଭାରତୀୟ ଘରୋଇ ବ୍ୟାଡମିଣ୍ଟନ ସିଜିନ । 2021-21 ବର୍ଷର ଅବଶିଷ୍ଟ ଘରୋଇ ସିଜିନ ଶ୍ରୀଘ୍ର ଆରମ୍ଭ କରିବାକୁ ଯୋଜନା କରିଛି ଭାରତୀୟ ବ୍ୟାଡମିଣ୍ଟନ ମହାସଂଘ(BAI) । ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି BAI । ଖେଳାଳି ଓ କର୍ମଚାରୀଙ୍କୁ ପ୍ରସ୍ତୁତ ରଖିବା ସହ ଯଥାସମ୍ଭବ ଟିକାକରଣ ଶେଷ କରିବାକୁ ସମସ୍ତ ରାଜ୍ୟ ସଂଘକୁ ଜଣାଇଛି ବ୍ୟାଡମିଣ୍ଟନ ମହାସଂଘ ।
ମଙ୍ଗଳବାର ନୂତନ କୋଭିଡ ଗାଇଡଲାଇନ ଘୋଷଣା କରିବା ସହ ବ୍ୟାଡମିଣ୍ଟନ ମହାସଂଘ । ଏଥିସହ 18 ବର୍ଷରୁ ଊର୍ଦ୍ଧ୍ବ ଖେଳାଳି, କୋଚ୍, ଟେକ୍ନିକାଲ ଅଫିସିଆଲ, ଆୟୋଜକ ଟିମ ଓ କର୍ମଚାରୀଙ୍କୁ କୋଭିଡ ଟିକାର ଦୁଇଟି ଡୋଜ୍ ନେଇଥିବା ଆବଶ୍ୟକ ବୋଲି କହିଛି । ସମସ୍ତ ସଦସ୍ୟଙ୍କୁ ବୈଧ ବାରକୋର୍ଡ ଥିବା ଟିକାକରଣ ସାର୍ଟିଫିକେଟ ମଧ୍ୟ ସାଙ୍ଗରେ ରଖିବାକୁ ହେବ ।
ଅନ୍ୟପଟେ 18 ବର୍ଷରୁ କମ ସର୍ଟଲରଙ୍କୁ ସାଙ୍ଗରେ ନେଗେଟିଭ RTPCR ରିପୋର୍ଟ ଦର୍ଶାଇବାକୁ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ