ETV Bharat / sports

କୋରୋନା କାୟା, ମାଲେସିଆ ଓପନରୁ ଓହରିଲା ଭାରତୀୟ ବ୍ୟାଡମିଣ୍ଟନ ଦଳ

ମାଲେସିଆ ଓପନରୁ ଓହରି ଗଲା ଭାରତୀୟ ବ୍ୟାଡମିଣ୍ଟନ ଦଳ । ମେ 25 ତାରିଖରୁ ମେ 30 ତାରିଖ ଯାଏଁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ । ଅଧିକ ପଢ଼ନ୍ତୁ...

author img

By

Published : May 6, 2021, 9:22 PM IST

କୋରୋନା କାୟା, ମାଲେସିଆ ଓପନରୁ ଓହରିଲା ଭାରତୀୟ ବ୍ୟାଡମିଣ୍ଟନ ଦଳ
କୋରୋନା କାୟା, ମାଲେସିଆ ଓପନରୁ ଓହରିଲା ଭାରତୀୟ ବ୍ୟାଡମିଣ୍ଟନ ଦଳ

ନୂଆଦିଲ୍ଲୀ: ମାଲେସିଆ ଓପନରୁ ଓହରି ଗଲା ଭାରତୀୟ ବ୍ୟାଡମିଣ୍ଟନ ଦଳ । ମେ 25 ତାରିଖରୁ ମେ 30 ତାରିଖ ଯାଏଁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ । କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ମାଲେସିଆ ସରକାରଙ୍କ ପକ୍ଷରୁ ଭାରତରୁ ବିମାନଯାତ୍ରା ଉପରେ କଟକଣା ଜାରି କରାଯାଇଛି । ଫଳରେ ମାଲେସିଆ ଓପନରୁ ଭାରତୀୟ ବ୍ୟାଡମିଣ୍ଟନ ଦଳକୁ ଓହରିବାକୁ ପଡ଼ିଛି ।

ଏପ୍ରିଲ 28 ତାରିଖରୁ ଭାରତରୁ ମାଲେସିଆ ବିମାନ ଯାତ୍ରା ଉପରେ କଟକଣା ଜାରି କରିଛନ୍ତି ମାଲେସିଆ ସରକାର । ଏହି ଟୁର୍ଣ୍ଣାମେଣ୍ଟ ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା କରିବା ପାଇଁ ଶେଷ ସୁଯୋଗ ରହିଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ, ସାଇନା ନେହୱାଲ, କିଦାମ୍ବୀ ଶ୍ରୀକାନ୍ତ, ସାଇ ପ୍ରଣୀତ, ସାତ୍ବିକ ସାଇରାଜ ରାଙ୍କିରେଜେି, ଚିରାଗ ସେଟ୍ଟୀ, ଅଶ୍ବିନୀ ପୋନ୍ନାପା ଓ ସିକ୍କି ରେଡି ପ୍ରସ୍ତୁତ ହେଉଥିଲେ । ସିଙ୍ଗଲ୍ସ, ଡବଲ୍ସ ଓ ମିକ୍ସ ଡବଲ୍ସରେ ଭାଗ ନେଇ ଥାଆନ୍ତେ ଭାରତୀୟ ଖେଳାଳି ।

ଏହାକୁ ନେଇ ଭାରତୀୟ ବ୍ୟାଡମିଣ୍ଟନ ଆସୋସିଏସନ ପକ୍ଷରୁ କୁହାଯାଇଛି ଯେ, "କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ବୈଦେଶିକ ମନ୍ତ୍ରାଳୟ ସହାୟତାରେ ମାଲେସିଆ ସରକାରଙ୍କୁ ଏକ ଚିଠି ଲେଖା ଯାଇଥିଲା । ଏଥିରେ ମାଲେସିଆ ଓପନରେ ଭାଗ ନେବା ପାଇଁ ଭାରତୀୟ ଖେଳାଳିଙ୍କୁ ଅନୁମତି ଦେବାକୁ ନିବେଦନ କରାଯାଇଥିଲା । କିନ୍ତୁ ଭାରତରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭାରତୀୟ ବ୍ୟାଡମିଣ୍ଟନ ଦଳକୁ ମାଲେସିଆ ଗସ୍ତ ପାଇଁ ଅନୁମତି ଦେଇ ନାହାଁନ୍ତି ମାଲେସିଆ ସରକାର । ଫଳରେ ବାଧ୍ୟ ହୋଇ ମାଲେସିଆ ଓପନରୁ ଭାରତୀୟ ବ୍ୟାଡମିଣ୍ଟନ ଦଳକୁ ଓହରିବାକୁ ପଡ଼ିଛି ।"

ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଗତ ମାସରେ ଭାରତୀୟ ଓପନକୁ ସ୍ଥଗିତ କରାଯାଇଥିଲା । ଫଳରେ ମାଲେସିଆ ଓପନରେ କିଛି ଖେଳାଳି ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବେ ବୋଲି ଆଶା କରାଯାଉଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.