ETV Bharat / sports

ଉବର କପ୍‌: ଓଡିଆ ଝିଅ ଋତୁପର୍ଣ୍ଣାଙ୍କ କମାଲ, କ୍ବାର୍ଟର-ଫାଇନାଲରେ ଭାରତ - ଉବର କପ୍‌ କ୍ବାର୍ଟର-ଫାଇନାଲ

ସ୍କଟଲାଣ୍ଡକୁ ୪-୧ରେ ହରାଇ ଭାରତୀୟ ସର୍ଟଲର ଉବର କପ୍‌ କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଛନ୍ତି । ଅଧିକ ପଢନ୍ତୁ...

India women shuttlers shine bright, qualify for quarterfinals of Uber Cup
ଉବର କପ୍‌: ଓଡିଆ ଝିଅ ଋତୁପର୍ଣ୍ଣାଙ୍କ କମାଲ, କ୍ବାର୍ଟର-ଫାଇନାଲରେ ଭାରତ
author img

By

Published : Oct 12, 2021, 10:56 PM IST

ଆରହସ(ଡେନମାର୍କ): ଚଳିତ ଉବର କପ୍‌ରେ ଭାରତୀୟ ମହିଳା ବ୍ୟାଡମିଣ୍ଟନ ଟିମର୍‌ ଦମଦାର ପ୍ରଦର୍ଶନ । ସ୍କଟଲାଣ୍ଡକୁ ୪-୧ରେ ହରାଇ ଭାରତୀୟ ସର୍ଟଲର ପ୍ରତିଯୋଗିତାର କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଛନ୍ତି ।

ମଙ୍ଗଳବାର ଅଦିତି ଭଟ୍ଟ ଓ ତସନିମ ମୀର ସିଙ୍ଗଲ୍ସ ଇଭେଣ୍ଟରେ ଏକତରଫା ବିଜୟ ସହ ଭାରତର କ୍ବାର୍ଟର ଟିକେଟ ପକ୍କା କରିଥିଲେ ।

ଦୁଇଟି ମ୍ୟାଚ୍‌ରୁ ଦୁଇଟି ବିଜୟ ସହ ଭାରତ ଗ୍ରୁପ- ବି'ର ଦ୍ବିତୀୟ ସ୍ଥାନରେ ରହିଛି । ରବିବାର ସ୍ପେନକୁ ୩-୨ରେ ହରାଇବା ପରେ ଭାରତୀୟ ଟିମର ଶୀର୍ଷ ଖେଳାଳି ସାଇନା ନେହୱାଲ ଆହତ ଯୋଗୁଁ ମ୍ୟାଚ୍‌ ଅଧାରୁ ଓହରିଯାଇଥିଲେ ।

ମାଳବିକା ବଂଶଦ ପ୍ରଥମେ କିରଷ୍ଟି ଗିଲମୋରଙ୍କ ଠାରୁ ୧୩-୨୧ ଓ ୯-୨୧ରେ ପରାସ୍ତ ହେବାପରେ ଅଦିତି ରାଚେଲ ସୁଗଡେନଙ୍କୁ ୨୧-୧୪ ଓ ୨୧-୮ରେ ହରାଇ ସ୍କୋର ବରାବର କରିଥିଲେ ।

ଏହାପରେ ଡବଲ୍ସ ଯୋଡି ତନିସା କ୍ରାଷ୍ଟୋ ଓ ଋତୁପର୍ଣ୍ଣା ପଣ୍ଡା ୨୧-୧୧ ଓ ୨୧-୮ରେ ଜୁଲି ମାଚପର୍ସନ ଓ କିଆରା ଟରେନ୍ସଙ୍କୁ ହରାଇ ୨-୧ରେ ଭାରତକୁ ଆଗୁଆ କରିଥିଲେ ।

ପରେ ତସନିମ ୨୧-୧୫ ଓ ୨୧-୬ରେ ଲାଉରେନ ମିଡଲଟନଙ୍କୁ ହରାଇ ଭାରତର ବିଜୟ ସୁନିଶ୍ଚିନ୍ତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.