ETV Bharat / sports

ଜର୍ମାନୀ: ସାର ଲୋରକ୍ସ ବ୍ୟାଡମିଣ୍ଟନ ଓପନରୁ ଓହରିଲା ଭାରତ

author img

By

Published : Oct 29, 2020, 9:12 PM IST

ଭାରତୀୟ ବ୍ୟାଡମିଣ୍ଟନ ତାରକା ଲକ୍ଷ୍ୟ ସେନ କୋଚ କୋରୋନା ପଜିିଟିଭ ଚିହ୍ନଟ ହେବାପରେ ସାର ଲୋରକ୍ସ ବ୍ୟାଡମିଣ୍ଟନ ଓପନରୁ ଓହରିଲା ଭାରତ। ଗତଥର ସାର ଲୋରକ୍ସ ବ୍ୟାଡମିଣ୍ଟନ ଓପନ ଚାମ୍ପିୟାନ ହୋଇଥିଲା ଭାରତ। ଅଧିକ ପଢ଼ନ୍ତୁ...

ଜର୍ମାନୀ: ସାର ଲୋରକ୍ସ ବ୍ୟାଡମିଣ୍ଟନ ଓପନରୁ ଓହରିଲା ଭାରତ
ଜର୍ମାନୀ: ସାର ଲୋରକ୍ସ ବ୍ୟାଡମିଣ୍ଟନ ଓପନରୁ ଓହରିଲା ଭାରତ

ହାଇଦ୍ରାବାଦ: ଜର୍ମାନୀର ସାର ଲୋରକ୍ସ ବ୍ୟାଡମିଣ୍ଟନ ଓପନରୁ ଓହରିଲା ଭାରତୀୟ ପୁରୁଷ ଦଳ। ଭାରତୀୟ ବ୍ୟାଡମିଣ୍ଟନ ତାରକା ଲକ୍ଷ୍ୟ ସେନଙ୍କ ପିତା ଡି.କେ ସେନ କୋରୋନା ପଜିଟିଭ ଚିହ୍ନଟ ହେବାପରେ ଏହି ନିଷ୍ପତ୍ତି ନିଆଯାଇଛି। ଭାରତର କ୍ରୀଡା ପ୍ରାଧିକରଣ (sports authority of india) ପକ୍ଷରୁ ଏନେଇ ବିଧିବଦ୍ଧ ଭାବରେ ସୂଚନା ଦିଆଯାଇଛି। ଜର୍ମାନୀର ଫ୍ରାଙ୍କଫୁଟରେ ପହଞ୍ଚିବା ପରେ କୋରୋନା ସଂକ୍ରମିତ ହୋଇଛନ୍ତି ଡି.କେ ସେନ।

ଡି.କେ ସେନ ଲକ୍ଷ୍ୟ ସେନଙ୍କ ପିତା ସହ ତାଙ୍କ କୋଚିଂ ମଧ୍ୟ କରାନ୍ତି। ତେବେ ସାର ଲୋରକ୍ସ ବ୍ୟାଡମିଣ୍ଟନ ଓପନ ଟୁର୍ଣ୍ଣାମେଣ୍ଟରେ ଅନ୍ୟ ଖେଳାଳିଙ୍କ ସୁରକ୍ଷା ଦୃଷ୍ଟିରୁ ଭାରତୀୟ ଦଳ ଏଥିରୁ ଓହରି ଯାଇଥିବା ଭାରତୀୟ କ୍ରୀଡ଼ା ପ୍ରାଧିକରଣ ସୂଚନା ଦେଇଛି। ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ସମସ୍ତ ଖେଳାଳି ଓ କୋଚଙ୍କ କୋରୋନା ଯାଞ୍ଚ କରାଇବାର ନିୟମ ରହିଛି। ତେବେ କୋରୋନା ଯାଞ୍ଚ ବେଳେ ଲକ୍ଷ୍ୟ ସେନଙ୍କ ପିତା ତଥା ତାଙ୍କ ଡି.କେ ସେନ କୋରୋନା ସଂକ୍ରମିତ ହୋଇଥିବା ନଜର ଆସିଥିଲା। ଫଳରେ ଜର୍ମାନୀ ଗସ୍ତ କରିଥିବା ଅନ୍ୟ ବ୍ୟାଡମିଣ୍ଟନ ଖେଳାଳି ଅଜୟ ଜୟରାମ ଓ ଶୁଭଙ୍କର ଦେଙ୍କୁ ମଧ୍ୟ ଟୁର୍ଣ୍ଣାମେଣ୍ଟରୁ ଓହରାଇ ନେବାକୁ ନଷ୍ପତ୍ତି ନିଆଯାଇଛି।

ଅକ୍ଟୋବର 27 ତାରିଖରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିଲା। ଅଜୟ ଜୟରାମ ନିଜର ପ୍ରଥମ ମ୍ୟାଚ ମଧ୍ୟ ଖେଳି ବିଜୟ ଲାଭ କରିଥିଲେ। ବେଲଜିୟମର ମେକ୍ସିମ ମୋରିଲକୁ ଦୁଇଟି ସେଟରେ 21-8, 21-8 ପଏଣ୍ଟରେ ପରାସ୍ତ କରିଥିଲେ ଜୟରାମ। ଏହାସହ ଲକ୍ଷ୍ୟ ସେନ ଆଗାମୀ ମ୍ୟାଚରେ ମାଲେସିଆର ହାର୍ୱାର୍ଡ ସୁଙ୍କୁ ଭେଟିଥାନ୍ତେ। ଗତ ଅକ୍ଟୋବର 25 ତାରିଖରେ ଡିକେ ସେନ ଓ ଲକ୍ଷ୍ୟଙ୍କ ପିଜିଓଙ୍କ କୋରୋନା ଟେଷ୍ଟ କରାଯାଇଥିବାବେଳେ ଦୁହିଁଙ୍କ ରିପୋର୍ଟ କୋରୋନା ପଜିଟିଭ ଆସିଥିଲା।

ଏନେଇ ଗୁରୁବାର ବ୍ୟାଡମିଣ୍ଟନ ୱାର୍ଲ୍ଡ ଫେଡେରେଶନ ପକ୍ଷରୁ କୁହାଯାଇଛି ଯେ, ଭାରତର 3 ଜଣ ଖେଳାଳି ଚଳିତ ସାର ଲୋରକ୍ସ ବ୍ୟାଡମିଣ୍ଟନ ଓପନରୁ ଓହରି ଯାଇଛନ୍ତି। ଲକ୍ଷ୍ୟ ସେନଙ୍କ କୋଚ କୋରୋନା ସଂକ୍ରମିତ ହୋଇଥିବାରୁ ଏହି ନିଷ୍ପତ୍ତି ନେଇଛି ଭାରତ। ତେବେ 3 ଖେଳାଳି କୋରୋନା ସଂକ୍ରମିତ ହୋଇନାହାଁନ୍ତି। ଅନ୍ୟ ଖେଳାଳିଙ୍କ ସ୍ବାସ୍ଥ୍ୟ ଦୃଷ୍ଟିରୁ ଭାରତ ଏହି ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛି। ତେବେ ଭାରତୀୟ ସ୍କ୍ବାଡକୁ ବର୍ତ୍ତମାନ ଆଇସୋଲେସନରେ ରଖାଯାଇଛି ।

ଗତ ବର୍ଷ ସାର ଲୋରକ୍ସ ବ୍ୟାଡମିଣ୍ଟନ ଓପନ ଚାମ୍ପିଆନ ହୋଇଥିଲା ଭାରତ। ଲକ୍ଷ୍ୟ ସେନ ଏହି ଟୁର୍ଣ୍ଣାମେଣ୍ଟରେ ଜବରଦସ୍ତ ପ୍ରଦର୍ଶନ କରି ଟାଇଟଲ ନିଜ ନାମରେ କରାଇଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.