ETV Bharat / sports

'GoForGold': କ୍ବାର୍ଟରରେ ଧମାକାଦାର ବିଜୟ, ସିନ୍ଧୁଙ୍କ ପ୍ରଶଂସାରେ କ୍ରୀଡାଜଗତ

କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଓ ଭାରତୀୟ ବ୍ୟାଡମିଣ୍ଟନ ମହାସଂଘର(BAI) ସଭାପତି ହିମନ୍ତ ବିଶ୍ବଶର୍ମା, ପିଭି ସିନ୍ଧୁଙ୍କ ଜବରଦସ୍ତ ବିଜୟୀ ପ୍ରଦର୍ଶନ ପାଇଁ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Jul 30, 2021, 4:53 PM IST

'GoForGold': Sports fraternity hails PV Sindhu after brilliant show in quarters against Yamaguchi
'GoForGold': କ୍ବାର୍ଟରରେ ଧମାକାଦାର ବିଜୟ, ସିନ୍ଧୁଙ୍କ ପ୍ରଂଶସାରେ କ୍ରୀଡାଜଗତ

ହାଇଦ୍ରାବାଦ: କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଓ ଭାରତୀୟ ବ୍ୟାଡମିଣ୍ଟନ ମହାସଂଘର(BAI) ସଭାପତି ହିମନ୍ତ ବିଶ୍ବଶର୍ମା, ପିଭି ସିନ୍ଧୁଙ୍କ ଜବରଦସ୍ତ ବିଜୟୀ ପ୍ରଦର୍ଶନ ପାଇଁ ପ୍ରଶଂସା କରିଛନ୍ତି । ଚଳିତ ଟୋକିଓ ଅଲମ୍ପିକ୍‌ର ମହିଳା ସିଙ୍ଗଲ୍ସ କ୍ବାର୍ଟର-ଫାଇନାଲରେ ସିନ୍ଧୁ ଅବିଶ୍ବସନୀୟ ପ୍ରଦର୍ଶନ ସହିତ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି । ୫୬ ମିନିଟ ଧରି ଖେଳାଯାଇଥିବା ଏହି ମ୍ୟାଚରେ ୨୧-୧୩ ଓ ୨୨-୨୦ରେ ସିନ୍ଧୁ ବିଜୟୀ ହୋଇଛନ୍ତି ।

କଡା ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ସିନ୍ଧୁ ଜାପାନର ଅକାନେ ୟାମାଗୁଚିଙ୍କୁ ହରାଇବା ପରେ କ୍ରୀଡାମନ୍ତ୍ରୀ ଓ BAI ସଭାପତି ଶୁଭେଚ୍ଛା ଜଣାଇଛନ୍ତି । ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳି ଜ୍ବାଲା ଗୁଟ୍ଟା, ଅଜୟ ଜୟରାମ ମଧ୍ୟ ସିନ୍ଧୁଙ୍କ ସୁପର ଶୋ' କୁ ପ୍ରଶଂସା କରିଛନ୍ତି ।

ଗୁରୁବାର, ସିନ୍ଧୁ ଡେନମାର୍କର ମିଆ ବ୍ଳିଚଫେଲଡ୍‌ଟଙ୍କୁ ଟୋକିଓ ଅଳମ୍ପିକ୍‌ର ରାଉଣ୍ଡ ୧୬ ମହିଳା ବ୍ୟକ୍ତିଗତ ବର୍ଗ ମ୍ୟାଚରେ ହରାଇ କ୍ବାର୍ଟରକୁ ଉନ୍ନୀତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.