ETV Bharat / sports

ଅଲ୍‌ ଇଂଲଣ୍ଡ ଚମ୍ପିଆନସିପ: 4 ଭାରତୀୟ କୋରୋନା ପଜିଟିଭ

author img

By

Published : Mar 17, 2021, 4:21 PM IST

ଅଲ୍‌ ଇଂଲଣ୍ଡ ଚମ୍ପିଆନସିପରେ 4 ଜଣ ଭାରତୀୟ କୋଭିଡ-19 ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

Four Indians test positive, All England Open start delayed
ଅଲ୍‌ ଇଂଲଣ୍ଡ ଚମ୍ପିଆନସିପ: 4ଭାରତୀୟ କୋରୋନା ପଜିଟିଭ

ଲଣ୍ଡନ: ଅଲ୍‌ ଇଂଲଣ୍ଡ ଚମ୍ପିଆନସିପରେ 4 ଜଣ ଭାରତୀୟ କୋଭିଡ-19 ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟା ମଧ୍ୟରେ 3ଜଣ ଖେଳାଳି ଓ ଜଣେ ଷ୍ଟାଫ ସଦସ୍ୟ ରହିଛନ୍ତି । ଏକାଧିକ କୋରୋନା ପଜିଟିଭ ସଂଖ୍ୟା ସାମ୍ନାକୁ ଆସିବା ପରେ, ବିଶ୍ବ ବ୍ୟାଡମିଣ୍ଟନ ମହାସଂଘ ବୁଧବାର ଏକ ଘୋଷଣାନାମା ମାଧ୍ୟମରେ ଟୁର୍ଣ୍ଣାମେଣ୍ଟ ଆରମ୍ଭରେ ବିଳମ୍ବ ହେବ ବୋଲି କହିଛି ।

ବୁଧବାର ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ଥିଲା । ମାତ୍ର ଏହା ସକାଳ 9.00ଟା ପରିବର୍ତ୍ତେ ସନ୍ଧ୍ୟା 7.00ଟାରେ ଖେଳାଯିବ ।

ଅଳ୍ପସଂଖ୍ୟକ ପଜିଟିଭ ରିପୋର୍ଟ ଚିହ୍ନଟ ହୋଇଥିବା BWF ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ ପବ୍ଳିକ ହେଲ୍‌ଥ ଇଂଲଣ୍ଡ ସହ ଚୁକ୍ତି ଅନୁଯାୟୀ ଏହି ପଜିଟିଭ କେସ୍‌ ଗୁଡିକର ପୁନଃ ଟେଷ୍ଟ କରାଯିବ ।

4 ଭାରତୀୟ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ମଧ୍ୟ ଭାରତୀୟ ଡବଲ୍ସ କୋଚ ମାଥିଆସ ବୋଏ ସ୍ପଷ୍ଟ କରିଛନ୍ତି । ତେବେ ଦୁଇ ସପ୍ତାହ ପୂର୍ବରୁ ଆଇସୋଲେସନରେ ଥିବା ସତ୍ତ୍ବେ ରିପୋର୍ଟ ପଜିଟିଭ ଆସିବା ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.