ETV Bharat / sports

Denmark Open: କ୍ବାର୍ଟର-ଫାଇନାଲ୍‌ରେ ପିଭି ସିନ୍ଧୁ - badminton news

ଥାଇଲାଣ୍ଡ ପ୍ରତିନ୍ଦ୍ବନ୍ଦ୍ବୀଙ୍କୁ ହରାଇ ଡେନମାର୍କ ଓପନ କ୍ବାର୍ଟର-ଫାଇନାଲ୍‌ରେ ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁ । ଅଧିକ ପଢନ୍ତୁ...

Denmark Open: PV Sindhu progresses to quarterfinals
Denmark Open: କ୍ବାର୍ଟର-ଫାଇନାଲ୍‌ରେ ପିଭି ସିନ୍ଧୁ
author img

By

Published : Oct 21, 2021, 6:10 PM IST

ଓଡେନସ (ଡେନମାର୍କ): ଚଳିତ ଡେନମାର୍କ ଓପନରେ ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁଙ୍କ ବିଜୟ ଯାତ୍ରା ଜାରି । ଥାଇଲାଣ୍ଡ ପ୍ରତିନ୍ଦ୍ବନ୍ଦ୍ବୀଙ୍କୁ ହରାଇ କ୍ବାର୍ଟର-ଫାଇନାଲ୍‌ରେ ପହଞ୍ଚିଯାଇଛନ୍ତି ସିନ୍ଧୁ । ଏକ ଘଣ୍ଟା ସାତ ମିନିଟ ଧରି ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ମୁକାବିଲାରେ ସିନ୍ଧୁ, ୨୧-୧୬, ୧୨-୨୧, ୨୧-୧୫ରେ ବାଜି ମାରି ନେଇଛନ୍ତି ସିନ୍ଧୁ ।

ପ୍ରଥମ ମ୍ୟାଚ୍‌ରେ ସିନ୍ଧୁ ପ୍ରଭାବୀ ପ୍ରଦର୍ଶନ କରିଥିଲେ ମାତ୍ର ଥାଇଲାଣ୍ଡ ପ୍ରତିନ୍ଦ୍ବନ୍ଦ୍ବୀ ଦ୍ବିତୀୟ ସେଟ୍‌ରେ ଦମଦାର କମବ୍ୟାକ୍‌ ସହ ବିଜୟୀ ହୋଇଥିଲେ । ଫଳରେ ନିର୍ଣ୍ଣାୟକ ତଥା ତୃତୀୟ ସେଟ୍‌ରେ ମ୍ୟାଚ୍‌ ଯାଇଥିଲା । ତୃତୀୟ ସେଟ୍‌ରେ ଥାଇଲାଣ୍ଡ ଖେଳାଳିଙ୍କ କଡା ଟକ୍କର ସତ୍ତ୍ବେ ୨୧-୧୫ରେ ବିଜୟୀ ହୋଇଥିଲେ ସିନ୍ଧୁ ।

ପୂର୍ବରୁ ଭାରତୀୟ ସର୍ଟଲର କିଦାମ୍ବୀ ଶ୍ରୀକାନ୍ତ ଚଳିତ ଡେନମାର୍କ ଓପନରୁ ବାଦ୍‌ ପଡିସାରିଛନ୍ତି । ଶ୍ରୀକାନ୍ତ, ଜାପାନର କେଣ୍ଟୋ ମୋମୋଟଙ୍କ ଠାରୁ ରାଉଣ୍ଡ ୧୬ ମ୍ୟାଚ୍‌ ୨୧-୨୩, ୯-୨୩ରେ ପରାଜୟ ସହ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲେ ।

ମିକ୍ସଡ ଡବଲ୍ସ ଯୋଡି ଧ୍ରୁବ କପିଳା ଓ ଏନ ସିକ୍କି ରେଡ୍ଡି ମଧ୍ୟ ତାଙ୍ଗ ଚୁନ ମାନ ଓ ସି ୟିଙ୍ଗ୍‌ ସୁଏଟଙ୍କ ଠାରୁ ପରାସ୍ତ ହୋଇ ପ୍ରତିଯୋଗିତାରୁ ବାଦ୍‌ ପଡିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.