ହାଇଦ୍ରାବାଦ: ଆରମ୍ଭ ହେଉଛି ବ୍ୟାଡମିଣ୍ଟନର ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ BWF ଟୁର ଫାଇନାଲ। ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁ ଟାଇଟେଲ ବିଜୟ ଲକ୍ଷ୍ୟରେ ରହିଛନ୍ତି । ଅଗଷ୍ଟରେ ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପ ଟାଇଟେଲ ହାସଲ କରି ଇତିହାସ ରଚିଥିଲେ ସିନ୍ଧୁ ।
ଏହାପରେ ଆଶ୍ଚର୍ଯ୍ୟଜନକ ଭାବେ ପରବର୍ତ୍ତୀ 6ଟି ଟୁର୍ଣ୍ଣାମେଣ୍ଟରେ ସିନ୍ଧୁ ପରାସ୍ତ ହୋଇଛନ୍ତି। 2ଟି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ରାଉଣ୍ଡରୁ ହିଁ ବାଦ ପଡିଥିଲେ । ଅନ୍ୟ 2ଟି ଟୁର୍ଣ୍ଣାମେଣ୍ଟରେ 2ୟ ରାଉଣ୍ଡରେ ପରାଜର ମୁହଁ ଦେଖିବାକୁ ପଡିଥିଲା। ତେବେ ଫ୍ରେଞ୍ଚ ଓପନରେ କ୍ବାର୍ଟରଫାଇନାଲ ରାଉଣ୍ଡ ପର୍ଯ୍ୟନ୍ତ ପହଞ୍ଚିଥିଲେ ଏହି ବ୍ୟାଡମିଣ୍ଟନ ଷ୍ଟାର ।
ଚଳିତ ବର୍ଷର ଏହା ଶେଷ ଟୁର୍ଣ୍ଣାମେଣ୍ଟ ହୋଇଥିବାରୁ ବିଜୟ ସହ ଅଭିଜାନ ଶେଷ କରିବାକୁ ସିନ୍ଧୁ ଲକ୍ଷ୍ୟ ରଖିଛନ୍ତି। BWF ଟୁର ଫାଇନାଲ ଟୁର୍ଣ୍ଣାମେଣ୍ଟରେ ନୋଜମି ଓକୁହାରା, ତାଇ, ଜୁ ୟିଙ୍ଗ ଓ ଚେନ ୟୁଫେଇ ଓ ପିଭି ସିନ୍ଧୁ ଟାଇଟେଲ ବିଜୟ ଦାବିଦାର ଅଛନ୍ତି।