ETV Bharat / sports

ଡିସେମ୍ବରରେ ଇଣ୍ଡିଆ ଓପନ, BWFର ସଂଶୋଧିତ କ୍ରୀଡା କ୍ୟାଲେଣ୍ଡର ଘୋଷଣା - ସୟଦ ମୋଦି ଇଣ୍ଟରନ୍ୟାସନାଲ ଟୁର୍ଣ୍ଣାମେଣ୍ଟ

ବ୍ୟାଡମିଣ୍ଟନ ୱାର୍ଲ୍ଡ ଫେଡେରେସନ(BWF) ଶୁକ୍ରବାର ସଂଶୋଧିତ କ୍ରୀଡା କ୍ୟାଲେଣ୍ଡର ଘୋଷଣା କରିଛି । ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟ ଇଣ୍ଡିଆ ଓପନ ଡିସେମ୍ବର 8ରୁ 13 ପର୍ଯ୍ୟନ୍ତ ଖେଳାଯିବ ।

BWF announces revamped calender; India open to be held in December
BWFର ସଂଶୋଧିତ କ୍ରୀଡା କ୍ୟାଲେଣ୍ଡର ଘୋଷଣା: ଡିସେମ୍ବରରେ ଇଣ୍ଡିଆ ଓପନ
author img

By

Published : May 23, 2020, 8:53 AM IST

ନୂଆଦିଲ୍ଲୀ: ବ୍ୟାଡମିଣ୍ଟନ ୱାର୍ଲ୍ଡ ଫେଡେରେସନ(BWF) ଶୁକ୍ରବାର ସଂଶୋଧିତ କ୍ରୀଡା କ୍ୟାଲେଣ୍ଡର ଘୋଷଣା କରିଛି । ମହାମାରୀ କୋରୋନା ଭାଇରସ କାରଣରୁ ପ୍ରଭାବିତ ଇଭେଣ୍ଟଗୁଡିକର ପରିବର୍ତ୍ତିତ ମ୍ୟାଚ ସୂଚୀ ମଧ୍ୟ ଘୋଷଣା ହୋଇଛି ।

ତେବେ ଏହି ସୂଚୀରେ ଗୁରୁତ୍ବପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆ ଓପନର ନୂଆ ସୂଚୀ ମଧ୍ୟ ସ୍ଥିର ହୋଇଛି । ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟ ଇଣ୍ଡିଆ ଓପନ ଡିସେମ୍ବର 8ରୁ 13 ପର୍ଯ୍ୟନ୍ତ ଖେଳାଯିବ ।

ୱାର୍ଲ୍ଡ ଟୁର ଅଫ ସୁପର 500 ଟୁର୍ଣ୍ଣାମେଣ୍ଟର ମଧ୍ୟ ନୂଆ ସୂଚୀ ଘୋଷଣା ହୋଇଛି । ନୂଆଦିଲ୍ଲୀରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଡିସେମ୍ବର 8ରୁ 13 ପର୍ଯ୍ୟନ୍ତ ଖେଳାଯିବ । ପୂର୍ବରୁ ଏହି ଇଭେଣ୍ଟ ମାର୍ଚ୍ଚ 24ରୁ 29 ଖେଳାଯିବା ନେଇ ସୂଚୀ ରହିଥିଲା । ହାଇଦ୍ରାବାଦ ଓପନ ଅଗଷ୍ଟ 11ରୁ 16 ଓ ସୟଦ ମୋଦି ଇଣ୍ଟରନ୍ୟାସନାଲ ଟୁର୍ଣ୍ଣାମେଣ୍ଟ ନଭେମ୍ବର 17ରୁ 22 ପର୍ଯ୍ୟନ୍ତ ହେବାନେଇ ଘୋଷଣା ହୋଇଛି ।

ଏଥିସହିତ ନ୍ୟୁଜିଲାଣ୍ଡ ଓପନ ସୁପର 300, ଇଣ୍ଡୋନେସିଆ ଓପନ ସୁପର 1000, ମାଲେସିଆ ଓପନ ସୁପର 750, ଥାଇଲାଣ୍ଡ ଓପନ ସୁପର 500 ଓ ଚାଇନା ୱାଲ୍ଡ ଟୁର ଫାଇନାଲ ଟୁର୍ଣ୍ଣାମେଣ୍ଟର ପରବର୍ତ୍ତିତ ସୂଚୀ ମଧ୍ୟ ଘୋଷଣା ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.