ETV Bharat / sports

ଥାଇଲାଣ୍ଡ ଓପନ: 8 ଜଣିଆ ଭାରତୀୟ ଦଳରେ ସିନ୍ଧୁ-ସାଇନା - ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ

ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟକୁ ଦୃଷ୍ଟିରେ ରଖି ସୋମବାର ଭାରତୀୟ ବ୍ୟାଡମିଣ୍ଟନ ଆସୋସିଏସନ ପକ୍ଷରୁ 8 ଜଣିଆ ଶକ୍ତିଶାଳୀ ଟିମ ଘୋଷଣା । ଅଧିକ ପଢନ୍ତୁ...

BAI to send full-strength squad for tournaments in Thailand
ଥାଇଲାଣ୍ଡ ଓପନ: 8ଜଣିଆ ଭାରତୀୟ ଦଳରେ ସିନ୍ଧୁ-ସାଇନା
author img

By

Published : Dec 21, 2020, 7:33 PM IST

ନୂଆଦିଲ୍ଲୀ: ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟକୁ ଦୃଷ୍ଟିରେ ରଖି ସୋମବାର ଭାରତୀୟ ବ୍ୟାଡମିଣ୍ଟନ ଆସୋସିଏସନ ପକ୍ଷରୁ 8 ଜଣିଆ ଶକ୍ତିଶାଳୀ ଟିମ ଘୋଷଣା କରିଛି । ଏହି ଟିମ ଥାଇଲାଣ୍ଡ ଓ ବ୍ୟାଙ୍ଗକକରେ ହେବାକୁ ଥିବା ଆଗାମୀ 3ଟି ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ।

ଏହି ଟିମରେ ଅଲମ୍ପିକରେ ଅଂଶଗ୍ରହଣ ଆଶା ଥିବା ପିଭି ସିନ୍ଧୁ, ସାଇନା ନେହୱାଲ, ବି ସାଇ ପ୍ରଣୀତ, କିଦାମ୍ବି ଶ୍ରୀକାନ୍ତ, ସାତ୍ତ୍ବିକ ସାଇରାଜ ରେଙ୍କିରେଡ୍ଡି, ଚିରାଗ ସେଟ୍ଟି, ଅଶ୍ବିନି ବୋପାନ୍ନା, ଓ ଏ ସିକି ରେଡ୍ଡି ଜାନୁଆରା 12-17ରେ ହେବାକୁ ଥିବା ଥାଇଲାଣ୍ଡ ଓପନରେ ଅଭିଯାନ ଆରମ୍ଭ କରିବେ । ପରେ ଜାନୁଆରୀ 19-24 ପର୍ଯ୍ୟନ୍ତ ଥାଇଲାଣ୍ଡ ଓପନରେ ଭାଗନେବେ । ସେହିପରି ଜାନୁଆରୀ 27ରୁ 31 ପର୍ଯ୍ୟନ୍ତ ହେବାକୁ ଥିବା BWF ବିଶ୍ବ ଟୁର ଫାଇନାଲରେ ଅଂଶଗ୍ରହଣ କରିବେ ।

କୋରୋନା ଭାଇରସ ଯୋଗୁଁ କ୍ରୀଡା ଜଗତ ସ୍ଥିର ହେବାକୁ ବାଧ୍ୟ ହୋଇଥିଲା । ଏକାଧିକ ଟୁର୍ଣ୍ଣାମେଣ୍ଟ ବାତିଲ ଓ ସ୍ଥଗିତ ହୋଇଥିଲା । ଫଳରେ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ଶୀର୍ଷ ଭାରତୀୟ ଖେଳାଳି କୌଣସି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଖେଳିବା ନେଇ ଘୋଷଣା ହୋଇଛି । ଫଳରେ ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ଉତ୍ସାହ ବଢିବାରେ ଲାଗିଛି ।

ପୂର୍ବତନ ବିଶ୍ବ ନଂ1 ଶ୍ରୀକାନ୍ତ ଅକ୍ଟୋବରରେ ଡେନମାର୍କ ଓପନରେ କୋର୍ଟକୁ ଫେରିସାରିଛନ୍ତି । ଫଳରେ ଥାଇଲାଣ୍ଡରେ ହେବାକୁ ଯାଉଥିବା ଟୁର୍ଣ୍ଣାମେଣ୍ଟ ଭାରତୀୟ ଖେଳାଳିଙ୍କୁ ଆତ୍ମବିଶ୍ବାସ ମିଳିବାରେ ସହାୟକ ହେବ ବୋଲି ଏକ ଅଫିସିଆଲ ଘୋଷଣାନାମାରେ କହିଛନ୍ତି, BAI ସାଧାରଣ ସମ୍ପାଦକ ଅଜୟ ସିଙ୍ଘାନିଆ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.