ETV Bharat / sports

ଅଲମ୍ପିକ ଯୋଗ୍ୟ ସର୍ଟଲରଙ୍କୁ ଭେଟିଲେ BAI ସମ୍ପାଦକ - ବିଶ୍ବ ଚମ୍ପିଆନ ପିଭି ସିନ୍ଧୁ

ଟୋକିଓ ଅଲମ୍ପିକ୍ସ ପାଇଁ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳିଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଅଧିକ ପଢନ୍ତୁ...

BAI General Secy interacts with Olympic-bound shuttlers
ଅଲମ୍ପିକ ଯୋଗ୍ୟ ସର୍ଟଲରଙ୍କୁ ଭେଟିଲେ BAI ସଭାପତି ହିମନ୍ତ ବିଶ୍ବ ଶର୍ମା
author img

By

Published : Jul 15, 2021, 10:45 PM IST

ହାଇଦ୍ରାବାଦ: ଟୋକିଓ ଅଲମ୍ପିକ୍ସ ପାଇଁ ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ । ଭାରତୀୟ ବ୍ୟାଡମିଣ୍ଟନ ଖେଳାଳିଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଭାରତୀୟ ବ୍ୟାଡମିଣ୍ଟନ ସଂଘ(BAI)ର ସଭାପତି ହିମନ୍ତ ବିଶ୍ବ ଶର୍ମା ଗୁରୁବାର ବ୍ୟାଡମିଣ୍ଟନ ଟିମ ସହ ଆଲୋଚନା କରିଛନ୍ତି ।

BAI ସାଧାରଣ ସମ୍ପାଦକ ଅଜୟ ସିଂଘାନିଆଙ୍କ ସହତି ସଭାପତି ଶର୍ମା ଖେଳାଳିଙ୍କ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି । ହାଇଦ୍ରାବାଦର ଗଚ୍ଛିବୋଲି ଷ୍ଟାଡିୟମରେ ଟୋକିଓ ଯାତ୍ରା କରିବାକୁ ଥିବା ସମସ୍ତ ଖେଳାଳି, କୋଚ୍‌ ଓ ସପୋର୍ଟ ଷ୍ଟାଫଙ୍କୁ ଭେଟିବା ସହ ଶୁଭେଚ୍ଛା ଜଣାଇଛନ୍ତି ସଂଘ ଅଧିକାରୀ । ଏନେଇ BAI ଏକ ଅଫିସିଆଲ ବିବୃତିରେ ପ୍ରକାଶ କରିଛି ।

ରିଓ ଅଲମ୍ପିକ ରୌପ୍ୟ ବିଜେତା ପିଭି ସିନ୍ଧୁ ଜୁଲାଇ 23ରୁ ଆରମ୍ଭ ହେବାକୁ ଥିବା ଟୋକିଓ ଅଲମ୍ପିକ୍ସରେ ଅଭିଯାନ ଆରମ୍ଭ କରିବେ ।

ସିନ୍ଧୁ ମହିଳା ଏକକ ସୂଚୀରେ ଗ୍ରୁପ ଜେ ରେ ରହିଛନ୍ତି । 2019 ବିଶ୍ବ ଚମ୍ପିଆନ ସିନ୍ଧୁ ହଂକଂର ଚେୟଙ୍ଗ ନଗନ ୟି ଓ ଇସ୍ରାଏଲର କସନିଆ ପୋଲିକାରପୋଭାଙ୍କ ବିପକ୍ଷରେ ଅଭିଯାନ ଆରମ୍ଭ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.