ETV Bharat / sports

ଆଜିଠୁ BWF World Championships, ନଜରରେ ପିଭି ସିନ୍ଧୁ

author img

By

Published : Dec 12, 2021, 10:36 AM IST

ସ୍ପେନରେ ଆଜି(ରବିବାର) ଠାରୁ ଆରମ୍ଭ ହେଉଛି ବ୍ୟାଡମିଣ୍ଟନ ଚାମ୍ପିଅନସିପ୍(BWF World Championships) । ସିନ୍ଧୁଙ୍କ ଉପରେ ଅଧିକ ନଜର । ଅଧିକ ପଢନ୍ତୁ

BWF World Championships ଆଜିଠୁ, ନଜରରେ ପିଭି ସିନ୍ଧୁ

ନୂଆଦିଲ୍ଲୀ: ସ୍ପେନରେ ଆଜି(ରବିବାର) ଠାରୁ ଆରମ୍ଭ ହେଉଛି ବ୍ୟାଡମିଣ୍ଟନ ଚାମ୍ପିଅନସିପ୍(BWF World Championships) । ସ୍ପେନର ହୁଏଲଭାରେ ଏହି ଚମ୍ପିଆନସିପ ଖେଳାଯିବ । ଆସନ୍ତା 19 ପର୍ଯ୍ୟନ୍ତ ଚାଲିବ ମ୍ୟାଚ ।

ଏହି ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ ପିଭି ସିନ୍ଧୁଙ୍କୁ ପଦକ ଦାବିଦାର କୁହାଯାଉଛି । ଏହି ମ୍ୟାଚ ସିନ୍ଧୁଙ୍କ ପାଇଁ ନୂଆ ରେକର୍ଡ ସୃଷ୍ଟି କରିବାର ସୁବର୍ଣ୍ଣ ସୁଯୋଗ ରହିଛି । କାରଣ ଅଲିମ୍ପିକ୍ସ ଚାମ୍ପିଅନ ଚେନ୍ ୟୁଫେଇ, ଜାପାନର ଷ୍ଟାର ଖେଳାଳି ନୋଜୋମି ଓକୁହାର ଓ ସ୍ପେନର କୋରୋଲିନା ମାରିନ ଖେଳରୁ ଓହରି ଯାଇଛନ୍ତି । ପୂର୍ବରୁ ମହିଳା ସିଙ୍ଗଲ୍ସରେ ସିନ୍ଧୁଙ୍କୁ ଷଷ୍ଠ ସିଡ୍ ମାନ୍ୟତା ମିଳିଛି ।

ଏହି ବ୍ୟାଡମିଣ୍ଟନ ଚମ୍ପିଆନସିପରେ ସିନ୍ଧୁଙ୍କୁ ପ୍ରଥମ ରାଉଣ୍ଡରେ 'ବାଇ' ମିଳି ଥିବାବେଳେ ଦ୍ବିତୀୟ ରାଉଣ୍ଡରେ ସ୍ଲୋଭାକିଆ ଖେଳାଳି ମାର୍ଟିନ ରିପିସ୍କାଙ୍କୁ ଭେଟିବେ । ତୃତୀୟ ରାଉଣ୍ଡରେ ଥାଇଲାଣ୍ଡ ପର୍ଣ୍ଣପାୱି ଚୋଚୁୱଙ୍ଗଙ୍କୁ ଭେଟିବାର ସମ୍ଭାବନା ରହିଛି । ତେବେ ବିଶ୍ବ ଚମ୍ପିଆନସିପରେ ସିନ୍ଧୁ 5ଟି(ଗୋଟିଏ ସ୍ବର୍ଣ୍ଣ, ଗୋଟିଏ ରୌପ୍ୟ, 3ଟି ବ୍ରୋଞ୍ଜ) ପଦକ ରହିଛି ।

ସେହିପରି ପୁରୁଷ ସିଙ୍ଗଲ୍ସ ଏବଂ ପୁରୁଷ ଡବଲ୍ସରେ ଗୋଟିଏ ଲେଖାଏଁ ପଦକ ମିଳିବା ଆଶା କରାଯାଉଛି । ଲକ୍ଷ୍ୟ ସେନ, କାଦମ୍ବି ଶ୍ରୀକାନ୍ତ, ଏଚଏସ ପ୍ରଣୟ, ବି ସାଇ ପ୍ରଣିତ ପ୍ରମୁଖଙ୍କ ଉପରେ ନଜର ରହିବ । ତେବେ ଜାପାନର କେଣ୍ଟୋ ମୋମୋଟା ଏବଂ ଇଣ୍ଡୋନେସିଆ ଦଳ ଓହରିଯିବା ପରେ ଭାରତୀୟ ଦଳ ପକ୍ଷରୁ ପଦକ ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.