ETV Bharat / sports

ଜାତୀୟ କ୍ରୀଡା ପୁରସ୍କାର: 6 ପୁରସ୍କାର ସହ ବ୍ୟାଡମିଣ୍ଟନର ବାଜିମାତ

ଭାରତର ନଂ1 ପୁରୁଷ ଡବଲ୍ସ ଟିମ ସଦସ୍ୟ ଚିରାଗ ସେଟ୍ଟି ଓ ସାତ୍ତିକ ରାଙ୍କିରେଡ୍ଡି ମଧ୍ୟ 2019ରେ ଦମଦାର ପ୍ରଦର୍ଶନ ପାଇଁ ଅର୍ଜୁନ ଆୱାର୍ଡ ପାଇଁ ମନୋନୀତ ହୋଇଛନ୍ତି ।

author img

By

Published : Aug 23, 2020, 9:00 PM IST

Badminton sweeps six awards at National Sports Awards
ଜାତୀୟ କ୍ରୀଡା ପୁରସ୍କାର: 6 ପୁରସ୍କାର ସହ ବ୍ୟାଡମିଣ୍ଟନର ବାଜିମାତ

ନୂଆଦିଲ୍ଲୀ: 2020 ଜାତୀୟ କ୍ରୀଡା ପୁରସ୍କାର ବିଜେତା ଖେଳାଳି ତାଲିକା ଭାରତୀୟ ବ୍ୟାଡମିଣ୍ଟନ ପାଇଁ ମାଇଲଷ୍ଟୋନର ମୂହୂର୍ତ୍ତ ହୋଇଛି । ଚଳିତ ବର୍ଷ ବ୍ୟାଡମିଣ୍ଟନରେ 6ଟି ପୁରସ୍କାର ମିଳିବାକୁ ଯାଉଛି । ଏଥିସହିତ ପ୍ରଥମ କରି ଲାଇଭ ଟାଇମ ଆଚିଭମେଣ୍ଟ ଆୱାର୍ଡ ପାଇଁ ଧ୍ୟାନଚାନ୍ଦ ଆୱାର୍ଡ ମଧ୍ୟ ମିଳିବାକୁ ଯାଉଛି ।

ବ୍ୟାଡମିଣ୍ଟନକୁ ମହତ୍ବପୂର୍ଣ୍ଣ ଅବଦାନ ପାଇଁ ପୂର୍ବତନ ଷ୍ଟାର ସର୍ଟଲର ପ୍ରଦୀପ ଗାନ୍ଧି, ତୃପ୍ତୀ ମୃଗୁଣ୍ଡେ ଓ ପାରା-ବ୍ୟାଡ ମିଣ୍ଟନ ଖେଳାଳି ସତ୍ୟପ୍ରକାଶ ତିୱାରୀଙ୍କୁ ସମ୍ମାନଜନକ ଧ୍ୟାନଚାନ୍ଦ ଆୱାର୍ଡ ପାଇଁ ମନୋନୀତ କରାଯାଇଛି ।

1982 ଏସିଆନ ଗେମ୍ସରେ ଗାନ୍ଧି ଦୁଇଟି ବ୍ରୋଞ୍ଜ ମେଡାଲ ବିଜୟୀ ହୋଇଥିଲେ । ପ୍ରକାଶ ପାଦୁକୋନ ଓ ସୟଦ ମୋଦିଙ୍କ ସମକାଳୀନ ସର୍ଟଲର ଥିଲେ ସେ । ସେହିପରି ଦୁଇଥର ସାଉଥ ଏସିଆନ ଗେମ୍ସରେ ଗୋଲ୍ଡ ମେଡାଲ ବିଜେତା ରହିଥିବା ତୃପ୍ତୀ ବ୍ୟାଡଡିଣ୍ଟନ କୋର୍ଟରେ ଅବିଶ୍ବସନୀୟ ପ୍ରଦର୍ଶନ ପାଇଁ ପରିଚିତ ରହିଛନ୍ତି । ସତ୍ୟପ୍ରକାଶ ପାରା ଇଭେଣ୍ଟସରେ 9ଟି ଅନ୍ତର୍ଜାତୀୟ ମେଡାଲ ବିଜୟୀ ରହିଛନ୍ତି । ପାରା-ବ୍ୟାଡମିଣ୍ଟନ ଟିମ ମୁଖ୍ୟ କୋଚ ଗୌରବ ଖାନ୍ନାଙ୍କୁ ମଧ୍ୟ ସମ୍ମାନଜନକ ଦ୍ରୋଣାଚାର୍ଯ୍ୟ ଆୱାର୍ଡ ମିଳିବ ।

"ଦ୍ରୋଣାଚାର୍ଯ୍ୟ ଆୱାର୍ଡ ପ୍ରଥମ ଥର ମିଳୁଥିବାରୁ ଭାରତୀୟ ବ୍ୟାଡମିଣ୍ଟନ ପାଇଁ ଏକ ସ୍ବତନ୍ତ୍ର ମୂହୂର୍ତ୍ତ । ଏହି ପ୍ରକାର ସମ୍ମାନ ସର୍ବଦା ଅଧିକ କଠିନ ପରିଶ୍ରମ ପାଇଁ ପ୍ରେରଣା ଯୋଗାଇବ । ଭାରତୀୟ ବ୍ୟାଡମିଣ୍ଟନ ଆସୋସିଏସନ ପକ୍ଷରୁ ସଭାପତି ହେମନ୍ତ ବିଶ୍ବ ଶର୍ମା ବିଜେତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।" ଏଥିସହିତ 3 ଦ୍ରୋଣାଚାର୍ଯ୍ୟ ଆୱାର୍ଡ ବିଜେତା, କୋଚ ଖାନ୍ନା ଓ ଅନ୍ୟ ଆୱାର୍ଡ ବିଜେତାଙ୍କୁ ଭାରତୀୟ ବ୍ୟାଡମିଣ୍ଟନ ଆସୋସିଏସନ ସମ୍ପାଦକ ଅଜୟ ସିଂଘାନିଆ ଶୁଭେଚ୍ଛା ଜଣାଇଛନ୍ତି ।

ଭାରତର ନଂ1 ପୁରୁଷ ଡବଲ୍ସ ଟିମ ସଦସ୍ୟ ଚିରାଗ ସେଟ୍ଟି ଓ ସାତ୍ତିକ ରାଙ୍କିରେଡ୍ଡି ମଧ୍ୟ 2019ରେ ଦମଦାର ପ୍ରଦର୍ଶନ ପାଇଁ ଅର୍ଜୁନ ଆୱାର୍ଡ ପାଇଁ ମନୋନୀତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.