ଜୟପୁର: ରାଜସ୍ଥାନର ଚିତ୍ତୌଡ଼ଗଡ଼ ଦୁର୍ଗ ବୁଲିଲେ ଭାରତୀୟ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ । ଏହି ଅବସରରେ ସେ ସାମ୍ବଲିୟାଜୀ ମନ୍ଦିର ବୁଲି ଦେଖିଛନ୍ତି । ଚିତ୍ତୌଡ଼ଗଡ଼ ଦୁର୍ଗର ଗୌରବମୟୀ ଇତିହାସ ବିଷୟରେ ସାଇନା ନେହୱାଲ ପଚାରି ବୁଝିଥିଲେ ।

ସାଇନା ନେହୱାଲ ପୂର୍ବରୁ ଜୟପୁର ଓ ଅଲବରର ବିଭିନ୍ନ ସ୍ଥାନ ବୁଲି ଦେଖି ସାରିଛନ୍ତି । କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ଚିତ୍ତୌଡ଼ଗଡ଼ ଦୁର୍ଗସ୍ଥିତ ସାମ୍ବଲିୟାଜୀ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି । ମନ୍ଦିର କାର୍ଯ୍ୟାଳୟ ପରିସରରେ ହିଁ ସାଇନା ନେହୱାଲଙ୍କୁ ସ୍ବାଗତ କରାଯାଇଥିଲା ।

ମନ୍ଦିର ଭ୍ରମଣ କରିବା ପରେ ସେ ଦୁର୍ଗ ବୁଲି ଦେଖିଥିଲେ। ଦୁର୍ଗରେ ଥିବା ଫଟୋଗ୍ରାଫରମାନେ ସାଇନା ନେହୱାଲଙ୍କୁ ଚିହ୍ନି ପାରିଥିଲେ । ଏହାପରେ ପୋଲିସ ସୂଚନା ପାଇ ଦୁର୍ଗରେ ପହଞ୍ଚିଥିବାବେଳେ ସେଠାରେ ଲୋକଙ୍କ ଭିଡ଼ ଲାଗି ଯାଇଥିଲା ।
ସ୍ଥାନୀୟ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ ବିଶ୍ବ ପ୍ରସିଦ୍ଧ ଚିତ୍ତୌଡ଼ଗଡ଼ ଦୁର୍ଗ ବିଷୟରେ ଜାଣିବାକୁ ପାଇଥିଲେ । ଦୁର୍ଗର କୁମ୍ଭ ମହଲ, ଫତପ୍ରକାଶ ମହଲ, ମୀରା ମନ୍ଦିର, ବିଜୟ ସ୍ତମ୍ବ ଓ ପଦ୍ମିନୀ ମହଲ ସହ ବିଭିନ୍ନ ଐତିହାସିକ କୀର୍ତ୍ତିରାଜି ଅବଲୋକନ କରିଥିଲେ ସାଇନା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ