ETV Bharat / sports

ହିମାଚଳ ପ୍ରଦେଶ ରାଜ୍ୟପାଳଙ୍କୁ ଭେଟିଲେ ସାଇନା ଓ ପି.କଶ୍ୟପ

author img

By

Published : Nov 15, 2020, 10:07 PM IST

ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ ଓ ତାଙ୍କ ସ୍ବାମୀ ପାରୁପଲ୍ଲୀ କଶ୍ୟପ ଆଜି(ରବିବାର) ହିମାଚଳ ପ୍ରଦେଶ ରାଜ୍ୟପାଳ ବଣ୍ଡାରୁ ଦତ୍ତାତ୍ରେୟଙ୍କୁ ଭେଟିଛନ୍ତି। ହିମାଚଳରେ ବ୍ୟାଡମିଣ୍ଟନ ଏକାଡେମୀ ଖୋଲିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ସାଇନା। ଅଧିକ ପଢ଼ନ୍ତୁ...

ହିମାଚଳ ପ୍ରଦେଶ ରାଜ୍ୟପାଳଙ୍କୁ ଭେଟିଲେ ସାଇନା ଓ ପି. କଶ୍ୟପ

ସିମଲା: ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ ଓ ତାଙ୍କ ସ୍ବାମୀ ପାରୁପଲ୍ଲୀ କଶ୍ୟପ ଆଜି(ରବିବାର) ହିମାଚଳ ପ୍ରଦେଶ ରାଜ୍ୟପାଲ ବଣ୍ଡାରୁ ଦତ୍ତାତ୍ରେୟଙ୍କୁ ଭେଟିଛନ୍ତି। ରାଜ୍ୟପାଳଙ୍କୁ ଭେଟିବାକୁ ରାଜଭବନ ଯାଇଥିଲେ ଦୁହେଁ ରାଜଭବନ ଯାଇଥିଲେ। ରାଜଭବନରେ ସାଇନା ନେହୱାଲ ଓ ତାଙ୍କ ସ୍ବାମୀ ପି. କଶ୍ୟପଙ୍କୁ ହିମାଚଳୀ ପରମ୍ପରା ଅନୁଯାୟୀ ସ୍ବାଗତ କରାଯାଇଥିଲା ଏହି ଅବସରରେ ଦୁହିଁରୁ ହିମାଚଳୀ ସାଲ, ଟୋପି ଓ ଏକ ରାଜଭବନର ଏକ ଚିତ୍ର ଉପହାର ସ୍ବରୁପ ଦେଇଛନ୍ତି ରାଜ୍ୟପାଳ।

ଏହି ଅବସରରେ ସାଇନା ନେହୱାଲ ଓ ତାଙ୍କ ସ୍ବାମୀ ରାଜ୍ୟପାଳଙ୍କୁ ଧନ୍ୟବାଦ ଦେଇଥିଲେ। ଏହାସହ ହିମାଚଳ ପ୍ରଦେଶରେ ବ୍ୟାଡମିଣ୍ଟନ ଖେଳର ପ୍ରଚାର ପ୍ରସାର କରିବାକୁ ପ୍ରସ୍ତାବ ଦେଇଥିଲେ। ଏଥିପାଇଁ ସେ ହିମାଚଳ ପ୍ରଦେଶରେ ଏକ ବ୍ୟାଡମିଣ୍ଟନ ଏକାଡେମୀ ଖୋଲିବା ନେଇ ଇଚ୍ଛା ପ୍ରକାଶ କରିଥିଲେ। ଉତ୍ତର ଭାରତରେ ବହୁ ପ୍ରଭାବିଶାଳୀ ବ୍ୟାଡମିଣ୍ଟନ ଖେଳାଳି ରହିଥିବା ବେଳେ ଅଭ୍ୟାସ ପାଇଁ ସେମାନଙ୍କୁ ବାଙ୍ଗାଲୋର କିମ୍ବା ହାଇଦ୍ରାବାଦ ଯିବାକୁ ପଡ଼ୁଛି। ଏଥିପାଇଁ ଏଭଳି ସ୍ଥାନରେ ଏକ ବ୍ୟାଡମିଣ୍ଟନ ଏକାଡେମୀ ଖୋଲାଯିବା ଆବଶ୍ୟକ ରହିଛି ବୋଲି କହିଛନ୍ତି ସାଇନା।

  • देवभूमि हिमाचल पधारने पर भारतीय बैडमिंटन खिलाड़ी साइना नेहवाल जी का हार्दिक स्वागत-अभिनंदन।

    आज नेहवाल जी ने हमारे सरकारी आवास ओकओवर,शिमला में शिष्टाचार भेंट की

    मुझे विश्वास है आपको यहां की प्राकृतिक सौंदर्य से परिपूर्ण खूबसूरत वादियां काफी पसंद आएगी व आपका यह दौरा यादगार रहेगा। pic.twitter.com/aOauAGAUAt

    — Jairam Thakur (@jairamthakurbjp) November 15, 2020 " class="align-text-top noRightClick twitterSection" data=" ">

ସେହିଭଳି ପି. କଶ୍ୟପ ମଧ୍ୟ ହିମାଚଳ ପ୍ରଦେଶର କ୍ରୀଡ଼ା ଅଗ୍ରଗତି ନିମନ୍ତେ ରାଜ୍ୟପାଳଙ୍କ ସହ ଆଲୋଚନା କରିଛନ୍ତି। ସେ କହିଥିଲେ ଅନ୍ତଃରାଷ୍ଟ୍ରିୟ ଖେଳ ପାଇଁ ଖେଳାଳିଙ୍କୁ ପ୍ରସ୍ତୁତ ରହିବାକୁ ହେବ। ଏଥିପାଇଁ ଅନ୍ତଃରାଷ୍ଟ୍ରିୟସ୍ତରର ଅଭ୍ୟାସର ଆବଶ୍ୟକତା ରହିଛି। ଏଥିପାଇଁ ହିମାଚଳ ପ୍ରଦେଶ ଏକ ପ୍ରକୃଷ୍ଟ ଯାଗା ବୋଲି ସେ କହିଛନ୍ତି। ଏହାସହ ହିମାଚଳ ପ୍ରଦେଶର କୋଚମାନଙ୍କୁ ସେଭଳି ସମ୍ବଳ ମିଳି ପାରୁନଥିବା କହିଛନ୍ତି। ବ୍ଯାଡମିଣ୍ଟନରେ ଉଲ୍ଲେଖନୀୟ ଅବଦାନ ପାଇଁ 2012ରେ ଅର୍ଜୁନ ପୁରସ୍କାରେ ପାଇଥିଲେ ପି.କଶ୍ୟପ।

ଅପରପକ୍ଷରେ ରାଜ୍ୟପାଳ ବଣ୍ଡାରୁ ଦତ୍ତାତ୍ରେୟ କହିଛନ୍ତି ଯେ, ହିମାଚଳ ପ୍ରଦେଶରେ କ୍ରୀଡ଼ାକୁ ପ୍ରୋତ୍ସାହନ ଦିଆଯାଉଛି। ଖେଳାଳିଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି। ଏଭଳି ସୁବିଧା ଦ୍ବାରା ସମସ୍ତ ଖେଳାଳୀଙ୍କୁ ନୂଆ ସମ୍ଭାବନା ମିଳି ପାରୁଛି। ଏହାଦ୍ବାରା ଗ୍ରାମୀଣ ଇଲାକାରୁ ଖେଳାଳିଙ୍କୁ ବିଶେଷ ସୁବିଧା ମିଳି ପାରୁଛି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.