ETV Bharat / sports

ଏସିଆନ୍‌ ଚାମ୍ପିଅନସିପ୍‌: 54ବର୍ଷ ପରେ ଟାଇଟଲ ଲକ୍ଷ୍ୟରେ ସିନ୍ଧୁ-ସାଇନା

author img

By

Published : Apr 24, 2019, 2:59 AM IST

ବୁଧବାର ଖେଳାଯିବାକୁ ଥିବା ଏସିଆନ୍‌ ବ୍ୟାଡମିଣ୍ଟନ ଚାମ୍ପିଅନସିପର ମହିଳା ଏକକ ବର୍ଗରେ ଖେଳିବେ ଦୁଇ ଭାରତୀୟ ସର୍ଟଲର ସାଇନା ନେହୱାଲ ଓ ପିଭି ସିନ୍ଧୁ । ତେବେ ପ୍ରତିଯୋଗିତାରେ ଭାରତର 54ବର୍ଷର ପରାଜୟରେ ବ୍ରେକ ଲାଗାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରି ସାରିଚନ୍ତି ଉଭୟେ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ, ଟ୍ବିଟର

ବେଜିଙ୍ଗ: ଗୋଟିଏ ସପ୍ତାହ ବିଶ୍ରାମ ପରେ ବୁଧବାର ମୌଦାନକୁ ଓହ୍ଲାଇବାକୁ ଯାଉଛନ୍ତି ଭାରତୀୟ ଅଲମ୍ପିକ ବିଜେତା ପିଭି ସିନ୍ଧୁ ଓ ଅନ୍ୟତମ ଭାରତୀୟ ସର୍ଟଲର ସାଇନା ନେହ୍ବାଲ । ବୁଧବାର ଖେଳାଯିବାକୁ ଥିବା ଏସିଆନ୍‌ ବ୍ୟାଡମିଣ୍ଟନ ଚାମ୍ପିଅନସିପର ମହିଳା ଏକକ ବର୍ଗରେ ଖେଳିବେ ଏହି ଦୁଇ ଭାରତୀୟ ସର୍ଟଲର । ତେବେ ପ୍ରତିଯୋଗିତାରେ ଭାରତର 54ବର୍ଷର ପରାଜୟରେ ବ୍ରେକ ଲାଗାଇବାକୁ ଚାହିଁଛନ୍ତି ଉଭୟେ ।

କାରଣ ଏହି ପ୍ରତିଯୋଗିତାରେ ଶେଷଥର ପାଇଁ 1965 ମସିହାରେ ଦିନେଶ ଖାନ୍ନା ପୁରୁଷ ଏକକ ବର୍ଗରେ ଚାମ୍ପିଅନ୍ ହୋଇଥିଲେ । ଅନ୍ୟପଟେ ଶେଷବର୍ଷ ଏଚଏସ ପ୍ରଣୟ ଓ ସାଇନା ନେହ୍ବାଲ ମିଳିତ ଭାବେ ବ୍ରୋଞ୍ଜ ମେଡାଲ ଜିତିଥିଲେ ।

ତେବେ ପୂର୍ବରୁ କମନୱେଲ୍‌ଥରେ ଦୁଇ ଥରର ସ୍ବର୍ଣ୍ଣପଦକ ବିଜେତା ସାଇନା 2010 ଓ 2016ରେ ଏଠାରେ ବ୍ରୋଞ୍ଜ ପଦକ ହାତେଇ ସାରିଛନ୍ତି । ଯେତେବେଳେ କି ସିନ୍ଧୁ 2014 ଦକ୍ଷିଣ କୋରିଆର କମନୱେଲ୍‌ଥ ଗେମରେ ବ୍ରୋଞ୍ଜ ପଦକ ଜିତିଥିଲେ । ସେହିପରି ସେ ଏକମାତ୍ର ଭାରତୀୟ ବ୍ୟାଡମିଣ୍ଟନ ଖେଳାଳୀ ଭାବେ ଇଣ୍ଡୋନେସିଆ ମାଷ୍ଟର୍ସ ବିଜେତା ରହିଛନ୍ତି ।

ଏହି ଦୁଇ ଭାରତୀୟ ସର୍ଟଲର ଅନେକ ଟୁର୍ଣ୍ଣାମେଣ୍ଟରେ ପଦକ ଜିତି ସାରିଥିବା ବେଳେ ଏପର୍ଯ୍ୟନ୍ତ ଏସିଆନ୍‌ ଚାମ୍ପିଅନସିପରେ ଉଲ୍ଲେଖନୀୟ ପ୍ରଦର୍ଶନ କରିପାରି ନାହାନ୍ତି । ତେଣୁ ଚଳିତ ବର୍ଷ ଦୁଇ ସର୍ଟଲର ଦମଦାର ଫର୍ମରେ ରହିଥିବା ବେଳେ ପ୍ରତିଯୋଗିତାର ଟାଇଟଲ ବିଜୟୀ ହେବାକୁ ଆଶା ରଖିଛନ୍ତି ।

Intro:Body:

gfdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.