ଅଲ୍ ଇଂଲଣ୍ଡ ଓପନ: ଆରମ୍ଭରୁ ବିପର୍ଯ୍ୟୟ, କିଦାମ୍ବୀ-କଶ୍ୟପ ବାଦ୍ - କିଦାମ୍ବୀ ଶ୍ରୀକାନ୍ତ ବାଦ୍
ଦୁଇ ଭାରତୀୟ ଷ୍ଟାର ସର୍ଟଲର କିଦାମ୍ବୀ ଶ୍ରୀକାନ୍ତ ଓ ପାରୁପଲୀ କଶ୍ୟପ ବୁଧବାର ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି ।

ବର୍ମିଂହାମ: ଅଲ୍ ଇଂଲଣ୍ଡ ଓପନ 2021 ଆରମ୍ଭରୁ ଭାରତକୁ ବଡ ଝଟକା । ଦୁଇ ଭାରତୀୟ ଷ୍ଟାର ସର୍ଟଲର କିଦାମ୍ବୀ ଶ୍ରୀକାନ୍ତ ଓ ପାରୁପଲୀ କଶ୍ୟପ ବୁଧବାର ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି ।
ପ୍ରଥମ ରାଉଣ୍ଡରେ ଆୟରଲାଣ୍ଡର ନିହାତ ନ୍ୟୁଗୟେନଙ୍କ ଠାରୁ ଶ୍ରୀକାନ୍ତ 21-11, 15-21, 21-12ରେ ପରାସ୍ତ ହୋଇଛନ୍ତି । ଅନ୍ୟପଟେ ବିଶ୍ବ ମାନ୍ୟତାର ନଂ1 ଖେଳାଳି କେଣ୍ଟୋ ମୋମଟା, କଶ୍ୟପଙ୍କୁ 21-13, 22-20 ସିଧାସଳଖ ଗେମରେ ଅନ୍ୟ ଏକ ପ୍ରଥମ ରାଉଣ୍ଡ ମ୍ୟାଚରେ ହରାଇଛନ୍ତି ।
28 ବର୍ଷୀୟ ଶ୍ରୀକାନ୍ତ ପ୍ରଥମ ମ୍ୟାଚରେ 21-11ରେ ପରାସ୍ତ ହେବାପରେ କମବ୍ୟାକ କରିବାକୁ ସୁଯୋଗ ନଦେବାକୁ ପ୍ରୟାସ କରିଥିଲେ ଇରିଶ ପ୍ରତିପକ୍ଷ । ତେବେ ଦ୍ବିତୀୟ ମ୍ୟାଚରେ ବିଜୟୀ ହେବାସହ କମବ୍ୟାକ କରିଥିଲେ ଶ୍ରୀକାନ୍ତ । ଶେଷ ମ୍ୟାଚରେ ମଧ୍ୟ ଶ୍ରୀକାନ୍ତ ଲିଡ୍ କରୁଥିଲେ, ମାତ୍ର ଆୟରଲାଣ୍ଡ ଖେଳାଳି ଆକ୍ରମଣାତ୍ମକ ରଣନୀତି ସହ ବାଜିମାରି ନେଇଥିଲେ । ଫଳରେ ପରାଜୟ ସହ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଥିଲେ ଶ୍ରୀକାନ୍ତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ