ETV Bharat / sports

କୋରୋନା କାୟା, ସମସ୍ତ ଘରୋଇ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ସ୍ଥଗିତ - BAI ସଭାପତି ହିମନ୍ତ ବିଶ୍ବ

ବେଙ୍ଗାଲୁରୁରେ ଏପ୍ରିଲ 18ରୁ 25 ମଧ୍ୟରେ ଖେଳାଯିବାକୁ ଥିବା ଆଗାମୀ ଟୁର୍ଣ୍ଣାମେଣ୍ଟ ଓ ହାଇଦ୍ରାବାଦରେ ମଇରେ ହେବାକୁ ଥିବା ଜୁନିୟର ଓ ସବ-ଜୁନିୟର ପ୍ରତିଯୋଗିତା ସ୍ଥଗିତ । ଅଧିକ ପଢନ୍ତୁ...

All domestic badminton tournaments postponed amid surge in COVID-19 cases: BAI
କୋରୋନା କାୟା, ସମସ୍ତ ଘରୋଇ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ସ୍ଥଗିତ
author img

By

Published : Apr 5, 2021, 9:26 PM IST

ନୂଆଦିଲ୍ଲୀ: କୋରୋନା ଭାଇରସର ଲେଉଟାଣୀରେ ପୁଣି ପ୍ରଭାବିତ ହେବାକୁ ଯାଉଛି କ୍ରୀଡା ଜଗତ । ଦେଶରେ ହୁ ହୁ ହୋଇ ବଢୁଥିବା କୋରୋନା ସଂକ୍ରମଣ ସଂଖ୍ୟାକୁ ଦେଖି ସ୍ଥଗିତ ହେଲା ଆଗାମୀ ଦିନରେ ହେବାକୁ ଥିବା ସମସ୍ତ ଘରୋଇ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ । ଏନେଇ ଭାରତୀୟ ବ୍ୟାଡମିଣ୍ଟନ ସଂଘ(BAI) ସୋମବାର ଘୋଷଣା କରିଛି ।

ଏହି ନିଷ୍ପତ୍ତି ଫଳରେ ବେଙ୍ଗାଲୁରୁରେ ଏପ୍ରିଲ 18ରୁ 25 ମଧ୍ୟରେ ଖେଳାଯିବାକୁ ସୂଚୀ ଥିବା ଆଗାମୀ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ହୋଇଛି । ହାଇଦ୍ରାବାଦରେ ମଇରେ ହେବାକୁ ଥିବା ଜୁନିୟର ଓ ସବ-ଜୁନିୟର ପ୍ରତିଯୋଗିତା ମଧ୍ୟ ସ୍ଥଗିତ ହୋଇଛି ।

ଦେଶ ତମାମ କୋଭିଡ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏପରିକି ଦୈନିକ ସଂକ୍ରମଣ ଏକଲକ୍ଷ ପାର କରିଛି । ଫଳରେ BAI ସଭାପତି ହିମନ୍ତ ବିଶ୍ବ ଶର୍ମା ସମସ୍ତ ଘରୋଇ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ଟ୍ବିଟ ଯୋଗେ ଭାରତୀୟ ବ୍ୟାଡମିଣ୍ଟନ ସଂଘ ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.