ମୁମ୍ବାଇ: ନିକଟରେ ଜାତି ଭିତ୍ତିକ ବୟାନ ଦେଇ ସମସ୍ୟା ଘେରରେ ଆସିଥିଲେ ଅଭିନେତ୍ରୀ ୟୁବିକା ଚୌଧୁରୀ । ଯାହା ପାଇଁ ସୋସିଆଲ ମିଡିଆରେ ସେ ସମସ୍ତଙ୍କୁ ଭୁଲ ମାଗିସାରିଛନ୍ତି । ଆଉ ଏବେ ଟେନସନ ଫ୍ରି ହୋଇ ସ୍ବାମୀ ତଥା ଅଭିନେତା ପ୍ରିନ୍ସ ନରୁଲାଙ୍କ ସହ କଶ୍ମୀରରେ ସମୟ ବିତାଉଥିବାର ନଜର ଆସୁଛନ୍ତି ସେ। ସେପଟେ ପତ୍ନୀଙ୍କ ସହ ଫଟୋ ସେୟାର କରି ଫ୍ୟାନ୍ସଙ୍କ ମନୋରଞ୍ଜନ କରୁଛନ୍ତି ପ୍ରିନ୍ସ ।
- " class="align-text-top noRightClick twitterSection" data="
">
ଇନଷ୍ଟାଗ୍ରାମରେ ପ୍ରିନ୍ସ ୟୁବିକାଙ୍କ ସହ ନିଜର କିଛି ସୁନ୍ଦର ଫଟୋ ପୋଷ୍ଟ କରି ସେ କ୍ୟାପସନରେ ଲେଖିଛନ୍ତି, ‘ସ୍ବର୍ଗରେ ଅଛି ନିଜ ଜନ୍ନତ ସହ ।’ ସେହିପରି ଭାଇରାଲ ହେଉଥିବା ଫଟୋରେ ଦୁଇଜଣଙ୍କ ରୋମାଣ୍ଟିକ ଅନ୍ଦାଜ ଦେଖିବାକୁ ମିଳୁଛି ।
ପ୍ରକାଶ ଥାଉକି ନିଜ ବିବାଦୀୟ ବୟାନ ପାଇଁ ନିକଟରେ ଚର୍ଚ୍ଚାର ବିଷୟ ପାଲଟିଥିଲେ ୟୁବିକା । ସୋସିଆଲ ମିଡିଆରେ ତାଙ୍କୁ ଗିରଫ କରିବା ଦାବି ମଧ୍ୟ ହୋଇଥିଲା । ଟ୍ବିଟରରେ ଟ୍ରେଣ୍ଡ କରୁଥିଲା #ArrestYuvikaChoudhary ।