ETV Bharat / sitara

କାଷ୍ଟିଂ କାଉଚରେ ଫସିଥିଲେ ଅଙ୍କିତା ଲୋଖଣ୍ଡେ

ଅଙ୍କିତା ଲୋଖଣ୍ଡେ 19 ବର୍ଷ ବୟସରେ କାଷ୍ଟିଂ କାଉଚର ସମ୍ମୁଖୀନ ହେବା ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି । ଅଧିକ ପଢନ୍ତୁ...

author img

By

Published : Mar 24, 2021, 8:12 PM IST

When Ankita Lokhande was asked to 'compromise'
କାଷ୍ଟିଂ କାଉଚରେ ଫଶିଥିଲେ ଅଙ୍କିତା ଲୋଖଣ୍ଡେ

ହାଇଦ୍ରାବାଦ: ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ପ୍ରାୟତଃ ସୋସିଆଲ ମିଡିଆରେ ନିଜ ସହ ସମ୍ପୃକ୍ତ ଜିନିଷ ସେୟାର କରୁଥିବାର ନଜର ଆସନ୍ତି ।

ନିକଟରେ, ଅଙ୍କିତା ତାଙ୍କର ପୁରୁଣା ସମୟକୁ ମନେ ପକାଇଛନ୍ତି । ଯେତେବେଳେ ତାଙ୍କୁ କ୍ୟାରିୟରର ପ୍ରଥମ ଦିନରେ ଫିଲ୍ମରେ ଏକ ଭୂମିକା ପାଇଁ "ସାଲିସ " କରିବାକୁ କୁହାଯାଇଥିଲା । ସେଥିମଧ୍ୟରେ ଜଣେ 'ବଡ ଅଭିନେତା' ମଧ୍ୟ ଜଡିତ ଥିଲେ ।

ଅଙ୍କିତା କହିଛନ୍ତି ଯେ, ସେତେବେଳେ ମୁଁ ବହୁତ ଛୋଟ ଥିଲି ମୋର 19 ବର୍ଷ ବୟସ ଥିଲା ଏବଂ ଇଣ୍ଡଷ୍ଟ୍ରିରେ ନୂଆ ଥିଲି ସେତେବେଳେ ମତେ ଏକ ଭୂମିକା ପାଇଁ "ସାଲିସ " କରିବାକୁ କୁହାଯାଇଥିଲା । କିନ୍ତୁ ମୁଁ ବହୁତ ସ୍ମାର୍ଟ ଥିଲି, ମୁଁ ସେହି କୋଠରୀରି ଭିତରକୁ ଏକୁଟିଆ ଯାଇଥିଲି ଏବଂ ସେ ମତେ "ସାଲିସ " କରିବାକୁ କହିଥିଲେ । ଯାହାର ଉତ୍ତରରେ ମୁଁ ତାଙ୍କୁ ପଚାରିଥିଲି କେଉଁ ପ୍ରକାରର ସାଲିସ କରିବାକୁ ପଡିବ । ମୋତେ ପାର୍ଟିକୁ ଯିବାକୁ ପଡିବ ନା ଡିନର୍ ରେ ଯିବାକୁ ପଡିବ । ସେ ବ୍ୟକ୍ତି ଜଣଙ୍କ କହିଲେ ଆପଣଙ୍କୁ ପ୍ରଡ୍ୟୁସରଙ୍କ ସହିତ ଶୋଇବାକୁ ପଡିବ । ଯାହାର ଉତ୍ତରରେ ସେ କହିଥିଲେ, ଆପଣଙ୍କ ପ୍ରଡ୍ୟୁସରଙ୍କୁ ଶୋଇବା ପାଇଁ ଗୋଟିଏ ଝିଅ ଦରକାର କୌଣସି ଟ୍ୟାଲେଣ୍ଟେଡ୍ ଝିଅ ଦରକାର ନୁହେଁ । ମୁଁ ତାଙ୍କ ନାଁ କହିବାକୁ ଚାହୁଁ ନାହିଁ, ସେ ଜଣେ ବଡ ଅଭିନେତା ଥିଲେ । ମୁଁ ଶୀଘ୍ର ତାଙ୍କଠାରୁ ଦୂରେଇ ଯାଇଥିଲି ।

ପ୍ରକାଶ ଥାଉ ଯେ, ଅଙ୍କିତାଙ୍କ ପୂର୍ବରୁ ଆୟୁଷ୍ମାନ ଖୁରାନା, କଙ୍ଗନା, ସ୍ବରା ଭାସ୍କର, ଏବଂ ଅନ୍ୟାନ୍ୟ ବଲିଉଡର ସେଲିବ୍ରିଟିମାନେ କାଷ୍ଟିଂ କାଉଚରେ ଫସିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.