ହାଇଦ୍ରାବାଦ: ଆରମ୍ଭ ହେବ ବିଗବସର 13ତମ ସିଜିନ । ଟେଲିଭିଜନରେ ଧମାକେଦାର ଏଣ୍ଟ୍ରି ପାଇଁ ପ୍ରସ୍ତୁତ ବିଗବସ୍ । କିନ୍ତୁ ଶୋ'ର ପ୍ରତିଯୋଗୀଙ୍କ ନାମ ଏଯାଏଁ ସମ୍ପୁର୍ଣ୍ଣ ଘୋଷଣା କରାଯାଇନାହିଁ । କେବଳ ଦେବୋଲିନା ଓ ସିଦ୍ଧାର୍ଥଙ୍କ ନାମ ଘୋଷଣା କରାଯାଇଛି କିନ୍ତୁ ଗ୍ରାଣ୍ଡ ପ୍ରିମିଅର ଆଗରୁ ଭାଇରାଲ ହୋଇଛି ସେମାନଙ୍କ ଏଣ୍ଟ୍ରି ।
ତେବେ ଭିଡିଓରେ ଦେବୋଲିନା, ସିଦ୍ଧାର୍ଥଙ୍କ ସହ ରଶ୍ମୀ ଦେଶାଇଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଚଳିତ ସିଜିନର ବିଗବସ ମଞ୍ଚରେ ପ୍ରତିଯୋଗୀଙ୍କ ଗ୍ରାଣ୍ଡ ଏଣ୍ଟ୍ରି ହେବ । 29 ସେପ୍ଟେମ୍ବର ରାତି 9ଟାରେ ଆରମ୍ଭ ହେବ ବିଗବସ-13ର ଗ୍ରାଣ୍ଡ ପ୍ରିମିୟମ । ଏଥରକ ଫିନାଲେ ତାରିଖ ମଧ୍ୟ ଘୋଷଣା ସରିଛି । ଜାନୁଆରୀ 4ରେ ଶୋ'ର ଫିନାଲେ ।