ମୁମ୍ବାଇ: ଉତ୍ତର ପ୍ରଦେଶ ମୁଜାଫରନଗରର 21 ବର୍ଷିୟ ଭିଦିଶା ବାଲିୟାନ ଏବର୍ଷର ମିସ ଡିଫ(ବଧିର)ୱାର୍ଲ୍ଡ ମୁକୁଟ ପିନ୍ଧି ଦେଶକୁ ଗର୍ବିତ କରାଇଛନ୍ତି । ଏହି ବ୍ୟୁଟି କଣ୍ଟେଷ୍ଟ ସାଉଥ ଆଫ୍ରିକାର ବେମବେଲାରେ ଆୟୋଜିତ ହୋଇଥିଲା । ଜୁଲାଇ 22ରେ ଭିଦିଶା ଏହି ପ୍ରତିଯୋଗିତାରେ ବିଜୟ ହାସଲ କରିଥିଲେ । ଆଉ ଏହି ମୁକୁଟ ପିନ୍ଧି ସେ ଭାରତର ପ୍ରଥମ ମହିଳା ସାଜିଛନ୍ତି, ଯିଏ ଏହି ପ୍ରତିଯୋଗିତାରେ ବିଜୟ ଲାଭ କରିଛନ୍ତି ।
ଭିଦିଷା ଏସିଆନ ଏକାଡେମି ଅଫ ଫିଲ୍ମ ଆଣ୍ଡ ଟେଲିଭିଜନର ମଡଲିଂ ଷ୍ଟୁଟେଣ୍ଟ । ଏହି ବ୍ୟୁଟି ପ୍ରତିଯୋଗିତାରେ 16 ଦେଶର 11 ଫାଇନାଲିଷ୍ଟ ଭାଗ ନେଇଥିଲେ । ଯେଉଁଠାରେ ଭିଦିଶା ଏହି ମୁକୁଟ ପିନ୍ଧିଥିଲେ ସେହିଠାରେ ଦ୍ବିତୀୟ ସ୍ଥାନରେ ସାଉଥ ଆଫ୍ରିକାର ପ୍ରତିଯୋଗି ଥିଲେ ।
ଏହି ଅବସରରେ ଭିଦିଶା ସୋସିଆଲ ମିଡିଆରେ ନିଜର କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ କ୍ରାଉନ ପିନ୍ଧିଥିବାର ନଜର ଆସୁଛନ୍ତି । ଗୋଟିଏ ଫଟୋ ସେୟାର କରି ଭିଦିଶା କ୍ୟାପସନରେ ଲେଖିଛନ୍ତି, "ଏହି ମୁକୁଟ ପିନ୍ଧିବା କେବଳ ସ୍ବପ୍ନ ଆରମ୍ଭ କରିବା ରାସ୍ତା । ଏପରି ଅନେକ ଲୋକ ଅଛନ୍ତି ଯିଏ ନିଜର ଶ୍ରବଣ ଶକ୍ତି ହରାଇସାରିଛନ୍ତି । କିନ୍ତୁ ସେ ବହୁତ ଟ୍ୟାଲେଣ୍ଟଡ, ଆଉ ଯେଉଁମାନଙ୍କୁ ସୁଯୋଗ ମିଳିବା କଥା ।"
ଭିଦିଶାଙ୍କ ପୁରା ପରିବାର ଗାଜିୟାବାଦରେ ରହୁଛନ୍ତି । ଭିଦିଶା ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଗୁଡଗାଁ ଏବଂ ନୋଏଡାରେ ଟ୍ରେନିଂ ନେଇଥିଲେ । ଖାଲି ଏତିକି ନୁହେଁ ସେ ଇଣ୍ଟରନ୍ୟାସନାଲ ଟେନିସ ପ୍ଲେୟାର ମଧ୍ୟ ରହିସାରିଛନ୍ତି । ସେ ଭାରତର ଡେଫଓଲମ୍ପିକରେ ମଧ୍ୟ ପ୍ରତିନିଧିତ୍ବ କରିଥିଲେ । ପିଠିରେ ଆଘାତ ଲାଗିବା ସତ୍ତ୍ବେ ସେ ଏହି ବ୍ୟୁଟ ପ୍ରତିଯୋଗିତାରେ ଭାଗ ନେଇ ଦୁନିଆକୁ ନିଜ ଦକ୍ଷତାର ପରିଚୟ ଦେଇଛନ୍ତି ଭିଦିଶା ।