ETV Bharat / sitara

ଇଣ୍ଡିଆନ ଆଇଡଲର ବିଜେତା ହେଲେ ପବନଦୀପ ରାଜନ

author img

By

Published : Aug 16, 2021, 8:20 AM IST

ମ୍ୟୁଜିକ ରିଆଲିଟି ସୋ ଇଣ୍ଡିଆନ ଆଇଡଲ ସିଜିନ ୧୨କୁ ମିଳିଛି ତାର ବିଜେତା । ଟାଇଟଲ ଟ୍ରଫି ହାତେଇଛନ୍ତି ଉତ୍ତରାଖଣ୍ଡର ପବନଦୀପ ରାଜନ । ଅଧିକ ପଢନ୍ତୁ...

ଇଣ୍ଡିଆନ ଆଇଡଲ ସିଜିନ ୧୨ର ବିଜେତା ପବନଦୀପ ରାଜନ

ଡେରାଡୁନ: ମ୍ୟୁଜିକ ରିଆଲିଟି ସୋ ଇଣ୍ଡିଆନ ଆଇଡଲ ସିଜିନ ୧୨କୁ ମିଳିଛି ତାର ବିଜେତା । ଟାଇଟଲ ଟ୍ରଫି ହାତେଇଛନ୍ତି ଉତ୍ତରାଖଣ୍ଡର ପବନଦୀପ ରାଜନ । ପାଞ୍ଚ ପ୍ରତିଯୋଗୀଙ୍କୁ ହରାଇ ଏହି ବିଜୟ ହାସଲ କରିଛନ୍ତି ପବନ । ପବନଙ୍କ ଏହି ସଫଳତା ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ତାଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ।

  • उत्तराखण्ड के सपूत @PawandeepRajan को #IndianIdol2021 जीतने पर हार्दिक बधाई एवं शुभकामनाएं।
    बाबा केदार से आपके उज्ज्वल भविष्य की कामना करता हूँ। pic.twitter.com/2IEsYgXge6

    — Pushkar Singh Dhami (@pushkardhami) August 15, 2021 " class="align-text-top noRightClick twitterSection" data=" ">

ସିଏମ ଟ୍ବିଟରେ ଲେଖିଛନ୍ତି ଯେ ତାଙ୍କ ଗୀତର ଯାଦୁରେ ଇଣ୍ଡିଆନ ଆଇଡଲ 2021ର ବିଜେତା ହେବା ସହିତ ସମସ୍ତ ଦେଶବାସୀଙ୍କ ହୃଦୟ ଜିତି ଦେବଭୂମି ଉତ୍ତରାଖଣ୍ଡର ନାଁ ରଖିଛନ୍ତି । ରାଜ୍ୟବାସୀଙ୍କ ତରଫରୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ସିଏମ ପୁଷ୍କର ସିଂ ଧାମି ।

ପବନ ଦୀପ ରାଜନ କୁମାଉନ ନିବାସୀ । ୧୯୯୬ରେ ଚପାବନ ଜିଲ୍ଲା ବଲଚୋଡା ଗ୍ରାମରେ ପବନଙ୍କ ଜନ୍ମ । ଏହିଠାରେ ହିଁ ସେ ତାଙ୍କ ପାଠପଢା ଶେଷ କରିଛନ୍ତି । ପିଲାଟି ଦିନରୁ ଗୀତ ଗାଇବା ତାଙ୍କର ନିଶା ଥିଲା । ତାଙ୍କ ସ୍ବର ଯାଦୁରେ ପାହାଡ ଯେମିତି ଝୁମି ଉଠୁଥିଲା । ମାତ୍ର ଅଢେଇ ବର୍ଷରୁ ସେ ତବଲା ବଜାଇବା ଶିଖିଥିଲେ । ତାଙ୍କର ଏହି ସଫଳତା ପଛରେ ତାଙ୍କ ପିତା ସୁରେଶ ରାଜନ ଓ ବଡବାପା ସତୀଶ ରାଜନଙ୍କ ବଡ ହାତ ରହିଛି ।

1999 ମସିହାରେ,ଉତ୍ତରପ୍ରଦେଶର ସୂଚନା ଏବଂ ଲୋକସମ୍ପର୍କ ବିଭାଗ ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ କଳାକାର ଭାବରେ ପବନଦୀପଙ୍କ ନାମ ପଞ୍ଜିକୃତ କରିଥିଲା । ଏହା ପରେ ୨୦୦୧ରେ ଆୟୋଜିତ ଶାରଦୋତ୍ସବରେ ପବନ ତବଲା ବଜାଇଥିଲେ । ତାଙ୍କ ପ୍ରଦର୍ଶନରେ ଖୁସି ହୋଇ ତତ୍କାଳୀନ ରାଜ୍ୟପାଳ ରାଜ୍ୟପାଳ ସୁରଜିତ ସିଂ ବରନାଲା ୧୧ହଜାର ଟଙ୍କା ରାଶି ପୁରସ୍କାର ପ୍ରଦାନ କରିଥିଲେ ।

ରବିବାର ଇଣ୍ଡିଆନ ଆଇଡଲ ସିଜିନ ୧୨ ଶେଷ ହୋଇଛି । ଏହି ସିଜିନର ବିଜେତା ଟାଇଟଲ ପବନ ତାଙ୍କ ନାଁରେ କରି ନେଇଛନ୍ତି । ପୁରସ୍କାର ଆକାରରେ ପବନଙ୍କୁ ୨୫ ଲକ୍ଷ ଟଙ୍କା ଓ ଏକ ସ୍ବିପ୍ଟ କାର ପ୍ରଦାନ କରାଯାଇଛି । ପବନ ପ୍ରଥମ ହୋଇଥିବାବେଳେ ଅରୁଣିତା କାଞ୍ଜିଲାଲ ଦ୍ବିତୀୟ ଓ ସାଇଲି ତୃତୀୟ ସ୍ଥାନରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.