ETV Bharat / sitara

ଉତ୍ତରାଖଣ୍ଡ କଳା, ସଂସ୍କୃତି-ପର୍ଯ୍ୟଟନ ବିଭାଗର ବ୍ରାଣ୍ଡ ଆମ୍ବାସଡର ହେଲେ ପୱନଦୀପ ରାଜନ - ପବନଦୀପ ରାଜନ ଉତ୍ତରାଖଣ୍ଡ ସଂସ୍କୃତି ପର୍ଯ୍ୟଟନ କଳା ଆମ୍ବାସଡର

ଉତ୍ତରାଖଣ୍ଡ କଳା, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ବ୍ରାଣ୍ଡ ଆମ୍ବାସଡର ହେଲେ ଇଣ୍ଡିଆନ ଆଇଡଲ ବିଜେତା ପୱନଦୀପ ରାଜନ । ଅଧିକ ପଢନ୍ତୁ...

ଉତ୍ତରାଖଣ୍ଡ କଳା, ସଂସ୍କୃତ-ପର୍ଯ୍ୟଟନର ବ୍ରାଣ୍ଡ ଆମ୍ବାସଡର ହେଲେ ପବନଦୀପ ରାଜନ

author img

By

Published : Aug 25, 2021, 8:47 PM IST

ଡେରାଡୁନ: ଉତ୍ତରାଖଣ୍ଡ କଳା, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ବ୍ରାଣ୍ଡ ଆମ୍ବାସଡର ହେଲେ ଇଣ୍ଡିଆନ ଆଇଡଲ ବିଜେତା ପୱନଦୀପ ରାଜନ । ମ୍ୟୁଜିକ ରିଆଲିଟି ଶୋ' 'ଇଣ୍ଡିଆନ ଆଇଡଲ ସିଜନ ୧୨'ରେ ଜିତାପଟ୍ ପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ପୱନଦୀପଙ୍କୁ ସମ୍ମାନିତ କରିବାକୁ ଯାଇ ତାଙ୍କୁ ବ୍ରାଣ୍ଡ ଆମ୍ବାସଡର ବନାଇଛନ୍ତି ।

ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି, ପୱନଦୀପ ରାଜନ ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ନିଜ ପ୍ରତିଭାରେ ଉତ୍ତରାଖଣ୍ଡକୁ ଗୌରବାନ୍ବିତ କରିଛନ୍ତି । ଫାଇନାଲରେ ୫ ଜଣ ଚମତ୍କାର ପ୍ରତିଯୋଗୀଙ୍କୁ ପଛରେ ପକାଇ 'ଇଣ୍ଡିଆ ଆଇଡଲ ୧୨'ର ଟ୍ରଫି ନିଜ ନାଁରେ କରିପାରିଛନ୍ତି । ଯେଉଁଥିପାଇଁ ତାଙ୍କୁ ୨୫ ଲକ୍ଷ ଟଙ୍କା ରାଶି ସହ ସ୍ବିଫ୍ଟ କାର ପୁରସ୍କାର ଭାବେ ପ୍ରଦାନ କରାଯାଇଛି । ଉତ୍ତରାଖଣ୍ଡର ନାଁ ଉଜ୍ଜଳ କରିଥିବାରୁ ତାଙ୍କୁ ସଂସ୍କୃତି ଓ ପର୍ଯ୍ୟଟନର ବ୍ରାଣ୍ଡ ଆମ୍ବାସଡର ବନାଇ ସମ୍ମାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଉଲ୍ଲେଖଯୋଗ୍ୟ, ପୱନଦୀପ ଉତ୍ତରାଖଣ୍ଡ କୁମାଉଁ ଅଞ୍ଚଳର ମୂଳ ବାସିନ୍ଦା ଅଟନ୍ତି । ତାଙ୍କର ଜନ୍ମ ୧୯୯୬ ମସିହା ଚମ୍ପାବତ ଜିଲ୍ଲାରେ । ସେହିଠାରୁ ହିଁ ସେ ନିଜର ପାଠପଢା ଶେଷ କରିଛନ୍ତି । ମାତ୍ର ଅଢେଇ ବର୍ଷ ବୟସରେ ପୱନଦୀପ ତାବଲା ବାଦନ ଆରମ୍ଭ କରିଥିଲେ । ତାଙ୍କର ଏହି ସଫଳତା ପଛରେ ବାପାମାଆଙ୍କ ମଧ୍ୟ ବହୁତ ବଡ ଭୂମିକା ରହିଛି । ପୱନଦୀପ ୨୦୦୧ ମସିହାରେ ନୈନିତାଲରେ ଆୟୋଜିତ ଶରଦୋତ୍ସବରେ ତାବଲା ବଜାଇଥିଲେ । ତାଙ୍କ ପ୍ରଦର୍ଶନକୁ ଦେଖି ତତ୍କାଳୀନ ରାଜ୍ୟପାଳ ସୁରଜିତ ସିଂ ବର୍ନାଲା ତାଙ୍କୁ ୧୧ ହଜାର ଟଙ୍କା ନଗଦ ପୁରସ୍କାର ରାଶି ପ୍ରଦାନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.