ETV Bharat / sitara

ଆଉ ହସେଇବନି 'ହେ! ମାଁ ମାତାଜୀ', ଏମି ତ୍ରିଭେଦୀ ନେବେ ଦୟାବେନଙ୍କ ଜାଗା!

ଟିଭି ଜଗତର ଲୋକପ୍ରିୟ ସିରିଏଲ ତାରକ ମେହେତା କା ଓଲଟା ଚଷମାରେ ଟ୍ବିଷ୍ଟ । ଦୟାବେନଙ୍କ ଚରିତ୍ରରେ ନଜର ଆସିପାରନ୍ତି ଏମି ତ୍ରିଭେଦୀ ।

author img

By

Published : Apr 25, 2019, 1:50 PM IST

Updated : Apr 25, 2019, 7:30 PM IST

ଫାଇଲ ଫଟୋ

ହାଇଦ୍ରାବାଦ: ଟିଭି ଜଗତର ସବୁଠୁ ଲୋକପ୍ରିୟ କମେଡି ସିରିଏଲ ହେଲା ତାରକ ମେହେତା କା ଓଲଟା ଚଷମା । ସବୁବେଳେ ଶୋ' ରେ ଚାର ଚାନ୍ଦ ଲଗାଉଥିବା ଦୟାବେନ ବା ଦିଶା ୱକାନି ଶୋ'ରୁ ଅଲବିଦା କହିବେ ବୋଲି ଖବର ମିଳିଛି ଓ ତାଙ୍କ ବଦଳରେ ଶୋ'ରେ ନଜର ଆସିବେ ଏମି ତ୍ରିଭେଦୀ । ଏହା ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଦୁଃଖର ଖବର ।

disa amy
ଫାଇଲ ଫଟୋ

ଦିଶା ପ୍ରାୟ ଦେଢ ବର୍ଷ ହେବ ଶୋ' ରେ ଆସିପାରୁନଥିଲେ । 2017 ନଭେମ୍ବରରେ ଦିଶା କନ୍ୟା ସନ୍ତାନର ମାଁ ହୋଇଥିଲେ । ଏହାପରେ ତାଙ୍କୁ ଆଉ ଶୋ' ରେ ଦେଖିବାକୁ ମିଳିନଥିଲା । ଦିଶାଙ୍କୁ ଦର୍ଶକ ଖୁବ ପସନ୍ଦ କରୁଥିବାରୁ ଶୋ'ର ପ୍ରଯୋଜକ କୌଣସି ବି ଅଭିନେତ୍ରୀଙ୍କୁ ତାଙ୍କ ସ୍ଥାନ ଦେଇନଥିଲେ । ମାତ୍ର ଏବେ ଶୁଣିବାକୁ ମିଳୁଛି କି ଶୋ' ମେକର୍ସ ଦିଶାଙ୍କୁ 30ଦିନର ନୋଟିସ ଦେଇଛି । ମେକର୍ସଙ୍କ କହିବା କଥା ତାଙ୍କୁ ନୂଆ ଦୟାବେନ୍ ମିଳିଯାଇଛି । ରିପୋର୍ଟ ଅନୁସାରେ ଏମି ତ୍ରିଭେଦୀ ଜୟାବେନଙ୍କ ଜାଗା ନେବେ ।

ମାତ୍ର ଏକଥା ମିଛ ଓ ତାଙ୍କୁ କୌଣସି ଅଫର ଆସିନି ବୋଲି ଏମି କହିଛନ୍ତି । ଦୟାବେନ ଚରିତ୍ର ଅଧିକ ଚ୍ୟାଲେଞ୍ଜିଂ କାରଣ ଦର୍ଶକ ଦିଶାଙ୍କୁ ଆପଣେଇ ନେଇଛନ୍ତି ଓ ଦିଶାଙ୍କ ଭଳି କିଏ ବି ଏ ଚରିତ୍ର କରିପାରିବ ନାହିଁ ବୋଲି କହିଛନ୍ତି ଏମି । ତେବେ ଆଗକୁ ଶୋରେ କ'ଣ ହେବ ତାହା ଦେଖିବାକୁ ବାକି ରହିଲା ।

Intro:Body:Conclusion:
Last Updated : Apr 25, 2019, 7:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.