ETV Bharat / sitara

ଶୋ’ ପୂର୍ବରୁ ରାକ୍ଷୀ କହିଲେ ‘ଖତୋରୋଁ କେ ଖିଲାଡି 11’ ବିଜେତାଙ୍କ ନାଁ

author img

By

Published : May 8, 2021, 4:14 PM IST

ରିୟାଲିଟି ଶୋ ‘ଖତରୋଁ କେ ଖିଲାଡି’ ସିଜନ 11କୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚା । ଖୁବଶୀଘ୍ର ପ୍ରସାରଣ ହେବାକୁ ଯାଉଛି ଏହି ଆକ୍ସନଭରା ଶୋ । କିନ୍ତୁ ସୋ ଡେବ୍ୟୁ ପୂର୍ବରୁ ରାକ୍ଷୀ ସୋ’ର ଭବିଷ୍ୟତବାଣୀ କରି ବିଜେତାଙ୍କ ନାଁ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

tv-watch-rakhi-sawant-predicts-abhinav-shukla-will-win-khatron-ke-khiladi-season11
କିଏ ଜିତିବ ‘ଖତୋରୋଁ କେ ଖିଲାଡି 11’ କହିଲେ ରାକ୍ଷୀ...

ନୂଆଦିଲ୍ଲୀ : ବଲିଉଡର ଡ୍ରାମା କୁଇନ ରାକ୍ଷୀ ସାୱନ୍ତ ସବୁବେଳେ ଲାଇମଲାଇଟରେ ରହିବାକୁ ଭଲ ପାଆନ୍ତି । ସେ ଯାହା ବି କରନ୍ତି ଚର୍ଚ୍ଚାରେ ଆସିଯାଆନ୍ତି । ଏବେ ସେ ନିଜ ବୟାନକୁ ନେଇ ଚର୍ଚ୍ଚାରେ ।

ବାସ୍ତବରେ, ଆକ୍ସନ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଫେମସ ରିୟାଲିଟି ଶୋ ‘ଖତରୋଁ କେ ଖିଲାଡି’ ସିଜନ 11କୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚା । ଖୁବଶୀଘ୍ର ପ୍ରସାରଣ ହେବାକୁ ଯାଉଛି ଏହି ଆକ୍ସନଭରା ଶୋ । ସେହିପରି ଦର୍ଶକଙ୍କ ମଧ୍ୟ ଉତ୍ସାହିତ ଅଛନ୍ତି ଶୋରେ ସାମିଲ ହେବାକୁ ଯାଉଥିବା ସେଲିବ୍ରିଟି ପ୍ରତିଯୋଗୀଙ୍କୁ ନେଇ । ଇତିମଧ୍ୟରେ ସାମ୍ନାକୁ ଆସିଯାଇଛି ଏଥର ସିଜନରେ ଭାଗ ନେବାକୁ ଯାଉଥିବା କିଛି ପ୍ରତିଯୋଗୀଙ୍କ ନାଁ । ଏହି ସେଲିବ୍ରିଟିମାନଙ୍କ ମଧ୍ୟରେ ଅଭିନବ ଶୁକ୍ଲା, ରାହୁଲ ବୈଦ୍ୟ, ନିକ୍କି , ବରୁଣ, ଶ୍ବେତା ତିୱାରୀ ଏବଂ ଅର୍ଜୁନଙ୍କ ନାଁ ସାମିଲ ଅଛି ।

କିନ୍ତୁ ସୋ ଡେବ୍ୟୁ ପୂର୍ବରୁ ରାକ୍ଷୀ ସୋ’ର ଭବିଶ୍ୟତବାଣୀ କରି ବିଜେତାଙ୍କ ନାଁ ଘୋଷଣା କରିଛନ୍ତି ।

ନିକଟରେ ରାକ୍ଷୀଙ୍କୁ ‘ଖତୋରୋଁ କେ ଖିଲାଡି 11’ ବିଷୟରେ କିଛି ପ୍ରଶ୍ନ ପଚରାଯାଇଥିଲା, ଯାହାକୁ ନେଇ ସେ କହିଥିଲେ ଯେ ଅଭିନବ ବହୁତ ଶକ୍ତିଶାଳୀ ଏବଂ ସେ ହିଁ ଜିତିବେ । କାରଣ ସେ କାହା ବାପାଙ୍କୁ ଡରନ୍ତି ନାହିଁ ।

ଏଥିସହିତ ରାକ୍ଷୀଙ୍କ ଅନ୍ୟ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ କହିଛନ୍ତି ଯେ, ମୁଁ ଏହି ସାପ, ବିଛା, ସିଂହ କାହାକୁ ଭୟ କରେ ନାହିଁ । ତମେ ଜାଣିଛ ମୁଁ କିଏ ? ମୁଁ ମୋଗଲିଙ୍କ ପରିବାରର ଅଟେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.