ମୁମ୍ବାଇ: ଟେଲିଭିଜନ ଅଭିନେତ୍ରୀ ଦିବ୍ୟା ଅଗ୍ରୱାଲ ବୁଧବାର ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି ଯେ, କୋଭିଡ 19 ସଂକ୍ରମଣରେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଛି ।
ଦିବ୍ୟା ଇନଷ୍ଟାଗ୍ରାମରେ ତାଙ୍କ ପିତାଙ୍କ ସହ ଏକ ଥ୍ରୋ ବ୍ୟାକ୍ ଫଟୋ ସେୟାର କରି ଲେଖିଛନ୍ତି, 'ତୁମେ ସବୁବେଳେ ମୋ ପାଖରେ ଅଛ, ମୁଁ ତୁମକୁ ବହୁତ ଭଲ ପାଏ ବାପା ' ।
ଚଳିତ ମାସ ଆରମ୍ଭରେ, ଦିବ୍ୟାଙ୍କ ପିତାଙ୍କ କୋରୋନା ପଜିଟିଭ ଆସିବା ପରେ ତାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହାର ପୂର୍ବ ଦିନ ଦିବ୍ୟା ସମସ୍ତଙ୍କୁ ତାଙ୍କ ଅସୁସ୍ଥ ପିତାଙ୍କ ପାଇଁ ପ୍ରାର୍ଥନା କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।
ଦିବ୍ୟା ଲେଖିଥିଲେ, କୃପା କରନ୍ତୁ ନାନକ ଦେବ ଜୀ । ସନ୍ଧ୍ୟା 5 ଟାରେ ମୋ ବାପାଙ୍କ ପାଇଁ ପ୍ରାର୍ଥନା କରିବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି । ପ୍ରାର୍ଥନା ପ୍ରକୃତରେ ସାହାଯ୍ୟକାରୀ ହୋଇଥାଏ । ମୁଁ ଜାଣେ ଭଗବାନ ଅଛନ୍ତି। ଦୟାକରି ପ୍ରାର୍ଥନା କରନ୍ତୁ ।
ଦିବ୍ୟା ଏବଂ ତାଙ୍କ ପରିବାରକୁ ସମବେଦନା ଜଣାଇ ଅଭିନେତ୍ରୀ ନେହା ଧୁପିଆ ଲେଖିଛନ୍ତି, "ଦିବ୍ୟା, ତୁମ ପିତାଙ୍କ ଅସୁସ୍ଥ ଖବର ଶୁଣି ମୁଁ ବହୁତ ଦୁଃଖିତ। ସର୍ବଦା ପ୍ରାର୍ଥନା କର। ସାହସ ରଖ" ।
ନିର୍ମାତା ଏକତା କପୁର ଲେଖିଛନ୍ତି, ସମବେଦନା । ସାହସୀ ହୁଅ ।
ଦିବ୍ୟାଙ୍କ ବୟଫ୍ରେଣ୍ତ ତଥା ରୋଡିଜ୍ ତାରକା ବରୁଣ ସୁଦ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସମାନ ଫଟୋ ସେୟାର କରି ଲେଖିଛନ୍ତି, ତୁମେ ସବୁବେଳେ ମୋ ସହିତ ଅଛ ପାପା।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ