ମୁମ୍ବାଇ: ଟିଭିର ପପୁଲାର ଶୋ ‘ୟେ ରିସ୍ତା କ୍ୟା କହଲାତା ହେ’କୁ ନେଇ ଦୁଃଖଦ ଖବର ସାମ୍ନାକୁ ଆସିଛି । କାରଣ ସିରିୟଲର ତିନି ଷ୍ଟାରଙ୍କ କୋରୋନା ଟେଷ୍ଟ ପଜିଟିଭ ବାହାରିଛି । ଅଭିନେତା ସଚିନ ତ୍ୟାଗି, ସମୀର ଓମକାର ଓ ସ୍ବାତି ଚିଟାନିସ କୋରୋନା ସଂକ୍ରମିତ ହୋଇଛନ୍ତି । ପୂର୍ବରୁ ମଧ୍ୟ ବଲିଉଡଠୁ ନେଇ ଟିଭିର ଅନେକ କଳାକାର କୋରୋନା ସଂକ୍ରମିତ ହୋଇସାରିଛନ୍ତି ।
ଶୋରେ କାର୍ତ୍ତିକଙ୍କ ପିତା ଭୂମିକାରେ ଅଭିନୟ କରୁଥିବା ସଚିନ ସୂଚନା ଦେଇ କହିଛନ୍ତି, ‘ମୋର କୋରୋନା ଟେଷ୍ଟ ପଜିଟିଭ ଆସିଛି । ଆମେ ସୁରକ୍ଷା ସହ ସୁଟ କରୁଥିଲି । ହେଲେ ତଥାପି ଆମେ କୋରୋନା ସଂକ୍ରମିତ ହୋଇଛୁ । ଏହାକୁ କେବଳ ସକାରତ୍ମ ରୂପେ ନେବା ଦରକାର । ମୋ ମଧ୍ୟରେ କୌଣସି ଲକ୍ଷଣ ଦେଖାଯାଇନଥିବା । ହେଲେ ମୁଁ ଠିକ୍ ସମୟରେ ଟେଷ୍ଟ କରିଥିଲେ । ସଂକ୍ରମିତ ହେବା ପରେ ମୁଁ ନିଜକୁ କ୍ବାରେଣ୍ଟାଇନ କରିଛି ।’
ସେହିପରି କାର୍ତ୍ତିକଙ୍କ ଜେଜେମା' ଭୂମିକାରେ ଅଭିନୟ କରୁଥିବା ସ୍ବାତିଙ୍କ ମଧ୍ୟରେ ମଧ୍ୟ କୌଣସି ଲକ୍ଷଣ ଦେଖିବାକୁ ମିଳିନଥିଲା । ଅନ୍ୟପଟେ ସମୀର କହିଛନ୍ତି, ‘ପ୍ରଥମଥର ଜୀବନରେ ମୋ ପଜିଟିଭ ଆସିବା ଖବରରେ ମୁଁ ଖୁସି ନାହିଁ । ମୁଁ ବର୍ତ୍ତମାନ ନିଜକୁ ଆଇସୋଲେଟ କରିଦେଇଛି । ନିଜ ଡାଏଟ ଉପରେ ଅଧିକ ଧ୍ୟାନ ଦେଉଛି।’