ETV Bharat / sitara

କିଏ ହେବ ଏଥର ‘ଖତରୋଂ କେ ଖିଲାଡି 10’ ବିଜେତା, ହିଣ୍ଟ ଦେଲେ ଏକତା - ଆକ୍ସନଭରା ରିୟାଲିଟି ଶୋ ‘ଖତରୋଂ କେ ଖିଲାଡି 10’ର ଫିନାଲେ

ଏକତା କପୁର ସୋସିଆଲ ମିଡିଆରେ ଏମିତି ଏକ ହିଣ୍ଟ ଦେଇଛନ୍ତି । ଯାହାକୁ ନେଇ ଖୁସି ଅଭିନେତ୍ରୀ କରିସ୍ମା ତନ୍ନାଙ୍କ ଫ୍ୟାନ୍ସ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କରିସ୍ମା ତନ୍ନା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କରିସ୍ମା ତନ୍ନା
author img

By

Published : Jul 23, 2020, 4:12 PM IST

ମୁମ୍ବାଇ: ଛୋଟ ପରଦାର ଆକ୍ସନଭରା ରିୟାଲିଟି ଶୋ ‘ଖତରୋଂ କେ ଖିଲାଡି 10’ର ଫିନାଲେ ଆଉ କିଛି ଦିନ ପରେ ହେବାକୁ ଯାଉଛି । ଯାହାକୁ ନେଇ ଏକ୍ସାଇଡେଟ ଦର୍ଶକ। ଏ ବର୍ଷର ବିଜେତା କିଏ ସାଜିବେ ସମସ୍ତଙ୍କ ମନରେ ଏହି ଗୋଟିଏ ପ୍ରଶ୍ନ । ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ ‘ଖତରୋଂ କେ ଖିଲାଡି 10’ର ବିଜେତା ମୁକୁଟ ପିନ୍ଧିଛନ୍ତି ସୁନ୍ଦରୀ ଅଭିନେତ୍ରୀ କରୀସ୍ମା ତନ୍ନା । ଯାହାର ହିଣ୍ଟ ସୋସିଆଲ ମିଡିଆରେ ଦେଇ ଚର୍ଚ୍ଚାରେ ଲୋକପ୍ରିୟ ନିର୍ମାତା ଏକତା କପୁର ।

ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘କରିସ୍ମା ତନ୍ନା ୟେୟ।’ ସେହିପରି ଏହାର ଜବାବରେ କରିସ୍ମା ତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

କରିସ୍ମା ମଧ୍ୟ ନିଜ ଇନଷ୍ଟା ଷ୍ଟୋରିରେ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କୁ ସେଲିବ୍ରିଟି ଶୁଭେଚ୍ଛା ଦେଉଥିବାର ଦେଖାଯାଉଛନ୍ତି । ଏହାକୁ ଆଧାର କରି ଫ୍ୟାନ୍ସଙ୍କୁ ଲାଗିଛି ଯେ ସେ ‘ଖତରୋଂ କେ ଖିଲାଡି 10’ ଜିତିସାରିଛନ୍ତି। ଯାହାର ଖୁଲାସା ଫିନାଲେରେ ହେବ ।

ପ୍ରକାଶ ଥାଉକି କରିସ୍ମାଙ୍କ ବ୍ୟତୀତ ଫିନାଲେ ପାଇଁ କରନ ପଟେଲ, ଧର୍ମେଶ, ବଲରାଜ ଭଳି କଳାକାର ଅଛନ୍ତି। ହେଲେ ସୋସିଆଲ ମିଡିଆ ପୋଷ୍ଟରୁ ଲାଗୁଛି ଯେ ସମସ୍ତଙ୍କୁ ଫଛରେ ପକାଇ ବିଜୟ ମୁକୁଟ ପିନ୍ଧିଛନ୍ତି କରିସ୍ମା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.