ମୁମ୍ବାଇ: ଫେମସ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ନିଧନ ପରେ ଫିଲ୍ମ ଓ ଟିଭି ଇଣ୍ଡଷ୍ଟ୍ରି ଦୁଇଟି ଅଂଶରେ ବାଣ୍ଟି ହୋଇଯାଇଛି । କିଛି ଲୋକ କହୁଛନ୍ତି ଯେ ବଲିଉଡରେ ପରିବାରବାଦ ପାଇଁ ସୁଶାନ୍ତ ଡିପ୍ରେସନରେ ଥିଲେ । ଯାହାପାଇଁ ସେ ଆତ୍ମହତ୍ୟା କରିଛନ୍ତି । ସେହିପରି ଆଉ କିଛି କହୁଛନ୍ତି ଯଦି ଟ୍ୟାଲେଣ୍ଟ ଅଛି ତେବେ କେହି ମଧ୍ୟ ସଫଳତା ପାଇପାରିବେ । ଇତିମଧ୍ୟରେ ଫମେସ ପ୍ରଯୋଜକ ତଥା ବିଗ ବସର ଏକ୍ସ ପ୍ରତିଯୋଗୀ ବିକାଶ ଗୁପ୍ତା ଏକ ଭିଡିଓ ପୋଷ୍ଟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଯେଉଁଥିରେ ସେ ନିଜ ଯନ୍ତ୍ରଣା ବିଷୟରେ ଆଲୋଚନା କରିଛନ୍ତି ।
- " class="align-text-top noRightClick twitterSection" data="
">
ସେ ସେୟାର କରିଥିବା କିଛି ଭିଡିଓ ଫେମସ କଳାକାର ପାର୍ଥ ସମଥାନ, ଶିଳ୍ପା ସିନ୍ଦେ ଓ ପ୍ରିୟାଙ୍କ ଶର୍ମାଙ୍କ ସହ ସମ୍ପୃକ୍ତ ଅଛି । ସେହିପରି ସେ ଭିଡିଓରେ ଏହା କହୁଥିବାର ନଜର ଆସୁଛନ୍ତି, ‘ମୁଁ 14-15 ବର୍ଷର ଜଣେ ପିଲାର ଏକ ଭିଡିଓ ଦେଖିଲି । ଯେଉଁଥିରେ ସେହି ପିଲା କହୁଥିଲା ବିକାଶ ଗୁପ୍ତା ଜଣେ ନିଷ୍ଠୁର ଏବଂ ଖରାପ ବ୍ୟକ୍ତି । ଯାହା ଦେଖି ମତେ ଲାଗିଲା ଯେ ଜଣେ 14-15 ବର୍ଷ ପିଲା ମସ୍ତିଷ୍କରେ ଏପରି କେମିତି ଚିନ୍ତାଧାରା ଆସିପାରେ । ଆଉ ଅନ୍ୟ ଲୋକଙ୍କ ମସ୍ତିଷ୍କରେ ମଧ୍ୟ ଏହି କଥା ଆସିବ । ଯଦି ମୁଁ କାହାରିକୁ ଜଣାଇବି ନାହିଁ କଣ ଘଟିଲା ତେବେ ସମସ୍ତେ ଭାବିବେ ମୁଁ ନିହାତି ଭୁଲ କାମ କରିଛି । ଏଥି ନିମନ୍ତେ ମୁଁ ଏହା କହିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।’
ଏହି ଭିଡିଓରେ ସେ ଅନେକ କଥା ସେୟାର କରିଛନ୍ତି । ଟିଭି ଇଣ୍ଡଷ୍ଟ୍ରିରେ କିଏ ତାଙ୍କ ସହ ଖରାପ ବ୍ୟବହାର କରିଛନ୍ତି ତାହା ନେଇ ମଧ୍ୟ ସେ ମୁହଁ ଖୋଲିଛନ୍ତି । ଦେଖନ୍ତୁ ଭିଡିଓ...
ପ୍ରକାଶ ଥାଉକି ଗତ ବର୍ଷ ଅଭିନେତା ପାର୍ଥ, ପ୍ରିୟାଙ୍କ ଓ ଶିଳ୍ପା ତାଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଥିଲେ ।