ETV Bharat / sitara

କୋରୋନା କବଳରେ ସାରା ଖାନ

author img

By

Published : Sep 10, 2020, 7:43 PM IST

ପୁଣି ସାମ୍ନାକୁ ଆସିଲା ଆଉ ଜଣେ ସେଲିବ୍ରିଟିଙ୍କ କୋରୋନା ସଂକ୍ରମିତ ଖବର । ଏଥର କୋରୋନାରୁ ନିଜକୁ ବଞ୍ଚାଇପାରିନାହାଁନ୍ତି ସାରା ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଟେଲିଭିଜନର ଫେମସ ଅଭିନେତ୍ରୀ ସାରା ଖାନଙ୍କ ଫ୍ୟାନ୍ସଙ୍କ ପାଇଁ ସାମ୍ନାକୁ ଆସିଛି ନୈରାଶ୍ୟଜନକ ଖବର । ବର୍ତ୍ତମାନ ତାଙ୍କ କୋରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ଖବର ଚର୍ଚ୍ଚାରେ । ତାଙ୍କ ପୂର୍ବରୁ ଅନେକ ସେଲିବ୍ରିଟି ହୋଇସାରିଲେଣି ସଂକ୍ରମିତ । ଦେଶରେ ପ୍ରତି ଦିନ ବଢିଚାଲିଛି ଏହି ସଂକ୍ରମଣ । ଯେଉଁଥିରୁ ନିଜକୁ ସୁରକ୍ଷିତ ରଖିବାରେ ଅସଫଳ ସମସ୍ତେ ।

ସେପଟେ ନିଜ କୋରୋନା ପଜିଟିଭ ସୂଚନା ଦେଇ ସୋସିଆଲ ମିଡିଆରେ ଲେଖିଛନ୍ତି, ‘ର୍ଦୁଭାଗ୍ୟବଶତଃ ଆଜି ମୁଁ କୋରୋନା ପଜିଟିଭ ବାହାରିଛି । ଡାକ୍ତରଙ୍କ ପରାର୍ମଶରେ ବର୍ତ୍ତମାନ ମୁଁ ନିଜକୁ ହୋମ କ୍ବାରେଣ୍ଟାଇନରେ ରଖି ଦେଇଛି । ସୁସ୍ଥ ଥିବା ସହ ଜଲଦି ଠିକ୍ ହେବାର ପ୍ରାର୍ଥନା କରୁଛି ।’

ପ୍ରକାଶ ଥାଉକି ସେ ‘ସପନା ବାବୁଲ କା’ ଓ ‘ବିଦାଇ’ ଭଳି ପପୁଲାର ଧାରାବାହିକରେ ଅଭିନୟ କରି ଲକ୍ଷ ଲକ୍ଷ ଦର୍ଶକଙ୍କ ମନ କିଣିଥିଲେ । ଏହାବ୍ୟତୀତ ସେ ‘ପ୍ରୀତ ସେ ବନ୍ଧନ ୟେ ଡୋରି ରାମ ମିଲାଇ ଯୋଡି’ ଏବଂ ‘ଜୁନୁନ୍: ଏଲି ନଫରତ ତୋ କେଶା ଇସ୍କ’ରେ ଅଭିନୟ କରିଥିଲେ । ସେହିପରି ସେ ଫେମସ ରିୟାଲିଟି ଶୋ ‘ବିଗ ବସ ସିଜନ 4’ରେ ମଧ୍ୟ ପ୍ରତିଯୋଗୀ ରୂପେ ନଜର ଆସିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.