ହାଇଦ୍ରାବାଦ: ଷ୍ଟାରପ୍ଲସର କାଫି ପପୁଲାର ଶୋ ମଧ୍ୟରୁ ଗୋଟେ ହେଲା କୁଲଫି କୁମାର ବାଜେୱାଲା । ଏହାର ମୁଖ୍ୟ ଅଭିନେତା ତଥା କୁଲଫିର ବାପା ଭୂମିକାରେ ଥିବା ମୋହିତ ମଲ୍ଲିକ ସୁଟିଂ ସେଟରେ ବେହୋସ ହେଇଯାଇଛନ୍ତି । କୌଣସି ସିନର ସୁଟିଂ କରୁଥିବା ସମୟରେ ବେହୋସ ହୋଇଛନ୍ତି ମୋହିତ ।
ତେବେ ଏ ବିଷୟରେ ମୋହିତଙ୍କ ସହ କଥା ହେବା ସମୟରେ ସେ କହିଥିଲେ, 'କୌଣସି ଚରିତ୍ର ପାଇଁ 8 ଘଣ୍ଟା ସୁଟିଂ କରିବା ସମୟରେ ଆରାମ କରିହୁଏ ନାହିଁ ଓ କୁଲଫି କୁମାର ବାଜେୱାଲା ତାଙ୍କ ହୃଦୟର ଅନେକ ପାଖରେ । ଜଣେ ବାପା ଭୂମିକାରେ ଅଭିନୟ କରିବା ସହଜ କଥା ନୂହେଁ ଯେତେବେଳେକି ଆପଣ ଜାଣିଥିବେ ସିରିଏଲରେ ଅନସ୍କ୍ରିନ ଝିଅର ମୃତ୍ୟୁ ହେବାକୁ ଯାଉଛି ତ' ସେତେବେଳେ ଇମୋଶନ ଆସିଯାଏ' ବୋଲି କହିଛନ୍ତି ମୋହିତ ମଲ୍ଲିକ ।
ତେବେ କିଛି ଦିନ ପୂର୍ବରୁ ମଧ୍ୟ ସୁଟିଂ ସମୟରେ ମୋହିତଙ୍କ ଆଙ୍ଗୁଠି କଟିଯାଇଥିଲା । ଏହାଫଳରେ ତାଙ୍କୁ ଷ୍ଟିଚେସ ମଧ୍ୟ କରିବାକୁ ପଡିଥିଲା । ମୋହିତଙ୍କୁ ପ୍ରଥମେ ମିଲେ ସିରିଏଲରେ ଦେଖିବାକୁ ମିଳିଥିଲା । ଏହାପରେ ଦିଲ ମିଲ ଗୟେ, ଜବ ପ୍ୟାର ହୁଆ, ପରୀ ହୁଁ ମେ, ବନୁଁ ମେ ତେରୀ ଦୁଲହନରେ ନଜର ଆସିଥିଲେ ।