ମୁମ୍ବାଇ: ‘ବିଗ ବସ 13’ର ଫେମସ ପ୍ରତିଯୋଗୀ ରଶ୍ମୀ ଦେସାଇଙ୍କ ଫ୍ୟାନ୍ସଙ୍କ ପାଇଁ ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଛି। ଯାହାକୁ ନେଇ ଦୁଃଖି ହୋଇପାରନ୍ତି ଦର୍ଶକ। କାରଣ ଛୋଟ ପରଦାରର ଫେମସ ଶୋ ‘ନାଗିନ 4’ରେ ଆଉ ନଜର ଆସିବେ ନାହିଁ ରଶ୍ମୀ। ‘ନାଗିନ 4’ ରେ ଶାଲାକା ଭୂମିକାରେ ନଜର ଆସିଥିବା ରଶ୍ମୀଙ୍କୁ ଶୋ ନିର୍ମାତାମାନେ ବାହାରକୁ ଯିବାର ବାଟ ଦେଖାଇଛନ୍ତି।
ଶୁଣିବାକୁ ମିଳୁଛି ଯେ ସେ ଏବେ ଆଉ ଶୋର ଅଂଶ ନାହିଁନ୍ତି। ପ୍ରକାଶ ଥାଉକି ‘ବିଗ ବସ 13’ପରେ ରଶ୍ମୀ ଲୋକପ୍ରିୟ ନିର୍ମାତା ଏକତା କପୁରଙ୍କ ଏହି ଶୋରେ ଏଣ୍ଟ୍ରି କରିଥିଲେ। ଲକଡାଉନ ପୂର୍ବରୁ ଆରମ୍ଭ ହୋଇଥିବା ଏହି ଶୋ ଦର୍ଶକଙ୍କ ମନ କିଣିଥିଲା। ହେଲେ କୋରୋନା ଭାଇରସ ପାଇଁ ସବୁ ଶୋର ସୁଟିଂ ବନ୍ଦ କରିଦିଆଯାଇଥିଲା।
ଚର୍ଚ୍ଚା ଜୋର ଧରିଛି ଯେ ‘ନାଗିନ 4’ର ମେକର୍ସର ଶୋର ବଜେଟ କମ କରିବାକୁ ଚାହୁଁଛନ୍ତି। କାରଣ ଲକଡାଉନ ପାଇଁ ମେକର୍ସଙ୍କୁ କ୍ଷତିର ସାମ୍ନା କରିବାକୁ ପଡିଛି । ଆଉ ରଶ୍ମୀ ‘ନାଗିନ 4’ରେ ଅଭିନୟ କରିବା ପାଇଁ ସବୁଠାରୁ ଅଧିକ ଫିସ୍ ନେଉଥିଲେ। ଲକଡାଉନ ପରେ ମେକର୍ସ ଏତେ ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ନାହାଁନ୍ତି। ଏହି କାରଣ ପାଇଁ ରଶ୍ମୀଙ୍କୁ ଆଉ ଦର୍ଶକ ‘ନାଗିନ4’ରେ ଦେଖିପାରିବେ ନାହିଁ।