ETV Bharat / sitara

ଲକଡାଉନରେ ଡିପ୍ରେଶନର ଶିକାର ହେଲେ ଦେବିନା - ଲୋକପ୍ରିୟ ଫେମସ ଅଭିନେତ୍ରୀ ଦେବିନା ବାନାର୍ଜୀ

ପାଖାପାଖି 2 ମାସରୁ ଘରେ ରହୁଥିବା ଟେଲି ଅଭିନେତ୍ରୀ ଦେବିନାଙ୍କ ବଢିବାରେ ଲାଗିଛି ଚିନ୍ତା । ଯାହାକୁ ନେଇ ସେ ଏବେ ଡିପ୍ରେଶନରେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦେବିନା ବାନାର୍ଜୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦେବିନା ବାନାର୍ଜୀ
author img

By

Published : Jun 4, 2020, 1:34 PM IST

ମୁମ୍ବାଇ: ‘ରାମାୟଣ’ରେ ମାତା ସୀତା ଭୂମିକାରେ ଅଭିନୟ କରି ଘରେ ଘରେ ଲୋକପ୍ରିୟ ହୋଇଥିବା ଫେମସ ଅଭିନେତ୍ରୀ ଦେବିନା ବାନାର୍ଜୀଙ୍କୁ ନେଇ ନୂଆ ଚର୍ଚ୍ଚା । ଯାହା ଶୁଣି ଦୁଃଖି ହୋଇଯିବେ ତାଙ୍କ ଫ୍ୟାନ୍ସ । ଏବେ ସେ ଡିପ୍ରେଶନର ଶିକାର ହୋଇଛନ୍ତି । ଏହାର ଖୁଲାସା ସେ ନିକଟରେ ସେ ନିଜ କରିଥିଲେ । ଲକଡାଉନରେ ସେ ଡିପ୍ରେଶନର ଶିକାର ହେବା କଥା ଏବେ ଚର୍ଚ୍ଚାରେ ।

ସେ ୟୁଟ୍ୟୁବର ଏକ ଚ୍ୟାନେଲ ସହ ସାକ୍ଷାତକାର ସମୟରେ ନିଜ ଏନଜାୟଟି ଆଟାକ, ଡିପ୍ରେଶନ ଓ ଷ୍ଟ୍ରେସ ବିଷୟରେ ଜଣାଇଥିଲେ । ଏହା ସ୍ବୀକାର କରି ସେ ଭିଡିଓ ଆରମ୍ଭ କରିଥିଲେ ଯେ ଅଧିକାଂଶ ଲୋକଙ୍କ ଅପେକ୍ଷା ସେ ଭଲ ଏବଂ ସୁବିଧାଜନକ ସ୍ଥିତିରେ ଅଛନ୍ତି । ତଥାପି ସେ କିଛି ଜିନିଷକୁ ନେଇ ଚିନ୍ତିତ ।

‘ମୁଁ ଏକ ବଡ ବାଲକୋନି ସହିତ ଏକ ସୁନ୍ଦର ଘରେ ରହୁଛି । ମୁଁ କାମକୁ ନେଇ ମଧ୍ୟ ଚିନ୍ତିତ ନୁହେଁ । କାରଣ ମୁଁ ଯଥେଷ୍ଟ ରୋଜଗାର କରିଛି । ଆଉ ସବୁବେଲେ ନିକଟତର ଲୋକଙ୍କ ସହ ରହୁଛି । ତେଣୁ ଯଦି କେହି ମୋ ଭଳି ସୁବିଧା ଏବଂ ଆରାମ ଅନୁଭବ କରିପାରନ୍ତି, ତେବେ ମୁଁ ବୁଝିପାରୁଛି ଯେ ସମାନ ପରିସ୍ଥିତି ଅନୁଭବ କରୁଥିବା ଅନେକ ଲୋକ ନିଶ୍ଚୟ ଏହି ଜିନିଷ ଦେଇ ଅତିକ୍ରମ କରିବେ’ ବୋଲି କହିଛନ୍ତି ଦେବିନା ।

ପ୍ରକାଶ ଥାଉକି ଲକଡାଉନ ଘୋଷଣା ହେବା ପରେ ସେ ବୁହତ ଖୁସି ଥିଲେ କି ଘର ଲୋକଙ୍କ ସହ ସମୟ ବିତାଇବେ ଆଉ ଘରର ସବୁ କାମ ନିଜେ କରିବେ । କିନ୍ତୁ ଧିରେ ଧିରେ ତାଙ୍କର ଏହି ଉତ୍ସାହ କମିବାରେ ଲାଗିଥିଲା । ଯାହାକୁ ନେଇ ସେ ଚିନ୍ତିତ । ହୁଏତ ଏହି କାରଣ ତାଙ୍କୁ ଆଜି ଡିପ୍ରେଶନରେ ଆଣିଛି । ସବୁ ଥାଇ ମଧ୍ୟ ସେ ଏକୁଟିଆ ଅନୁଭବ କରୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.