ମୁମ୍ବାଇ: ଟେଲିଭିଜନର ଫେମସ ଅଭିନେତ୍ରୀ ଅଦା ଖାନ ନିଜ ଅଭିନୟ ଜରିଆରେ ସମସ୍ତଙ୍କ ମନ କିଣନ୍ତି । ଲୋକପ୍ରିୟ ଧାରାବାହିକ ‘ନାଗିନ’ରେ ଅଭିନୟ କରି ବର୍ତ୍ତମାନ ସେ ସମସ୍ତଙ୍କ ଫେଭରେଟ ସାଜିଛନ୍ତି । ଇତିମଧ୍ୟରେ ସେ ଓଟିଟି ପ୍ଲାଟଫର୍ମରେ କ୍ୟାରିୟର ଆରମ୍ଭ କରିବାକୁ ନେଇ ମନ କଥା ସମସ୍ତଙ୍କୁ ଶୁଣାଇଛନ୍ତି । ଏବେ ସେ ନିଜେ ମଧ୍ୟ ଓଟିଟି ପ୍ଲାଟଫର୍ମରେ ପଦାର୍ପଣ କରିବାକୁ ପ୍ରସ୍ତୁତ ଅଛନ୍ତି । ସେ ଖୁବଶୀଘ୍ର ଡିଜିଟାଲ ଫିଲ୍ମ ‘ଏକ ମୁଲାକାତ’ ନେଇ ଡିଜିଟାଲ ଦୁନିଆରେ ଦେଖାଇବେ ନିଜ ଯାଦୁ । ଆଉ ତାଙ୍କ ସହ ରୋମାନ୍ସ କରିବେ ଅଭିନେତା ଶଶାଙ୍କ ବ୍ୟାସ ।
ସେପଟେ ଫିଲ୍ମ ଏବଂ ଓଟିଟି ପ୍ଲାଟଫର୍ମ ବିଷୟରେ ଆଲୋଚନା କରି ଅଦା କହିଛନ୍ତି, ‘ନିଜର ଭଲ ବନ୍ଧୁଙ୍କ ସହ କାମ କରିବା ଶାନଦାର ଅନୁଭୂତି ମିଳିଥାଏ । ଆଉ ଜଣା ମଧ୍ୟ ପଡେନାହିଁ କି ଆପଣ କୌଣସି ପ୍ରେଶରରେ କାମ କରୁଛନ୍ତି । କାରଣ ପାଖରେ ବନ୍ଧୁଥିଲେ ମଜା ଆସିଯାଏ ସବୁ କାମରେ । ମାନବ ଭିନ୍ଦର ମୋର ଭଲ ବନ୍ଧୁ ହେବା ସହ ଭଲ ନିର୍ଦ୍ଦେଶକ ମଧ୍ୟ । ଆମେ ଦୁହେଁ ପରସ୍ପର ସହ କାମ କରିବାକୁ ପସନ୍ଦ କରୁ । ସୁଟିଂ ସମୟରେ ଖୁବ୍ ମଜାମସ୍ତି ମଧ୍ୟ କରିଥିଲୁ । ସୁଟିଂ ରାତିରେ ଥିଲା ହେଲେ କାହାରିକୁ ନିଦ ଲାଗିନଥିଲା ସମସ୍ତେ ସୁଟିଂ ଶେଷ କରିବାକୁ ଚେଷ୍ଟା କରିଥିଲେ । ଯାହା ବହୁତ ମଜାଦାର ଥିଲା । ଯଦି ଓଟିଟି ବିଷୟରେ କହିବି ତେବେ ସବୁ ବୟସର ଦର୍ଶକ ମୋବାଇଲରେ ଫିଲ୍ମ, ସିରିଜ ଦେଖିବାକୁ ବର୍ତ୍ତମାନ ଖୁବ୍ ପସନ୍ଦ କରୁଛନ୍ତି । ଆଉ ଜଣେ କଳାକାର ପାଇଁ ଡିଜିଟାଲରେ କାମ କରିବା କୌଣସି ଚ୍ୟାଲେଞ୍ଜଠୁ କମ୍ ନୁହେଁ । ମୁଁ କିନ୍ତୁ ଡିଜିଟାଲ ଦୁନିଆରେ ଡେବ୍ୟୁ କରିବାକୁ ନେଇ ଖୁସି ଅଛି ।’
ପ୍ରକାଶ ଥାଉକି ଅଦାଙ୍କ ‘ଏକ ମୁଲାକାତ’ ଖୁବଶୀଘ୍ର ହଟଷ୍ଟାରରେ ରିଲିଜ ହେବାକୁ ଯାଉଛି ।
@IANS