ETV Bharat / sitara

ଅସୁସ୍ଥ ଟେଲିଭିଜନ ଷ୍ଟାର ଶ୍ବେତା ତିୱାରୀ

author img

By

Published : Sep 30, 2021, 4:46 PM IST

ଅସୁସ୍ଥ ହୋଇପଡ଼ିଛନ୍ତି ଟେଲିଭିଜନ ତାରକା ଶ୍ବେତା ତିୱାରୀ । ଅଧିକ ପଢନ୍ତୁ...

ଅସୁସ୍ଥ ଟେଲିଭିଜନ ଷ୍ଟାର ଶ୍ବେତା ତିୱାରି
ଅସୁସ୍ଥ ଟେଲିଭିଜନ ଷ୍ଟାର ଶ୍ବେତା ତିୱାରି

ମୁମ୍ବାଇ: ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ଶ୍ବେତା ତିୱାରୀ ଅସୁସ୍ଥ ହୋଇପଡ଼ିଛନ୍ତି । ନିମ୍ନ ରକ୍ତଚାପ ଯୋଗୁଁ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଥିବାବେଳେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବର୍ତ୍ତମାନ ସେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଜଣାପଡ଼ିଛି ।

ଶ୍ବେତା ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଦୁର୍ବଳତା ଓ ନିମ୍ନ ରକ୍ତଚାପ ଯୋଗୁଁ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ସେ ସଠିକ ଭାବେ ଆରାମ କରିପାରିନଥିଲେ ଓ ଏହାସହିତ ପାଣିପାଗ ପରିବର୍ତ୍ତନ ଯୋଗୁଁ ସେ ଦୁର୍ବଳ ହୋଇପଡ଼ିଥିବା କୁହାଯାଇଛି । ସେ ଖୁବଶୀଘ୍ର ଡିସଚାର୍ଜ ହେବେ ବୋଲି ଶ୍ବେତାଙ୍କ ଟିମ ପକ୍ଷରୁ ସୂଚନା ମିଳିଛି ।

ତେବେ ସୂଚନା ଥାଉ କି ଦୁଃସାହସିକ ରିଆଲିଟି ଶୋ' ଖତରୋଁ କେ ଖିଲାଡ଼ି ପାଇଁ ଶ୍ବେତା ଦକ୍ଷିଣ ଆଫ୍ରିକାର କେପଟାଉନକୁ ଗସ୍ତ କରିଥିଲେ । ଏହାପରେ ସେ ଭାରତକୁ ଫେରିବା ପରେ ଦିଲ୍ଲୀ କ୍ଷୁଦ୍ର ଚଳଚ୍ଚିତ୍ର ସୁଟିଂରେ ବ୍ୟସ୍ତ ରହିଥିଲେ । ଏହାପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଥିବା ଜଣାପଡ଼ିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.