ମୁମ୍ବାଇ: ଲକଡାଉନ ସମୟରେ ଘରେ ବନ୍ଦ ଥିବା ଦର୍ଶକଙ୍କୁ ମନୋରଞ୍ଜନ କରିବା ପାଇଁ ଟିଭିର ସବୁ ପୁରୁଣା ଶୋକୁ ପୁନଃ ପ୍ରସାରଣ କରିବାରେ ବ୍ୟସ୍ତ ମେକର୍ସ। ରାମାନନ୍ଦ ସାଗରଙ୍କ ପୌରାଣିକ ଧାରାବାହିକ ‘ରାମାୟଣ’ ଏହି କ୍ରମରେ ଅନ୍ୟତମ । ପୂର୍ବ ପରି ଏଥର ମଧ୍ୟ ଏହି ଧାରାବାହିକକୁ ଜନତାଙ୍କ ପ୍ରଶଂସା ମିଳିଛି । ବର୍ତ୍ତମାନ ଏହି ଶୋ ବିଶ୍ବରେ ସବୁଠୁ ଅଧିକା ଦେଖାଯାଇଥିବା ଶୋ ସାଜିଛି । ‘ରାମାୟଣ’ ଏପିସୋଡ ପରେ ଏଥି ସହ ସମ୍ପୃକ୍ତ ଥିବା ଜ୍ଞାନ ସୋସିଆଲ ମିଡିଆରେ ଦର୍ଶକଙ୍କୁ ମିଳିବାରେ ଲାଗିଛି। ଧାରାବାହିକର ଅନେକ ମିମି ସୋସିଆଲ ମିଡିଆରେ ପ୍ରାୟତଃ ଭାଇରାଲ ହେଉଛି।
ଇତିମଧ୍ୟରେ ଧାରାବାହିକର ମୁଖ୍ୟ ଯୁଦ୍ଧର ଏକ ସିନ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି। ଯେଉଁଥିରେ ସେନା ଯୁଦ୍ଧ କରିବା ପରିବର୍ତ୍ତେ ଡାନ୍ସ କରୁଥିବାର ନଜର ଆସୁଛନ୍ତି । ଟିଭି ଆକ୍ଟର କରନବୀର ବୋହରା ସିନରେ ଥିବା ଭୁଲକୁ ଫ୍ୟାନ୍ସଙ୍କୁ ଜଣାଇଛନ୍ତି।
ଭିଡିଓଟିକୁ ସେୟାର କରି କରନବୀର ଲେଖିଛନ୍ତି, ‘ମତେ ଏହାକୁ ସେୟାର କରିବାକୁ ପଡିଲା। ଆଉ ଆମେ ଭାବୁଥିଲେ ଯେ ସେ ଏକ ମହାଯୁଦ୍ଧର ନିର୍ମାଣ କରିଥିଲେ । ଗେମ ଅଫ ଥ୍ରୋନ୍ସ ଭଳି।’
ପ୍ରକାଶ ଥାଉକି ଭିଡିଓରେ ଲକ୍ଷଣ ଯୁଦ୍ଧ କରୁଥିବାର ନଜର ଆସୁଛନ୍ତି । ତାଙ୍କ ପଛରେ ଥିବା ଜଣେ ସେନା ଖଣ୍ଡା ଧରି ଲଢେଇ କରୁଥିବାର ସମୟରେ ଡାନ୍ସ କରୁଛନ୍ତି। ଆପଣ ମଧ୍ୟ ଦେଖନ୍ତୁ ଏହି ମଜାଦାର ଭିଡିଓ...
- " class="align-text-top noRightClick twitterSection" data="
">