ETV Bharat / sitara

‘ଖତୋରୋଁ କେ ଖିଲାଡି 11’ରୁ ବାହାରିଲେ ଅଭିନବ, ନିରାଶ ଫ୍ୟାନ୍ସ

author img

By

Published : Jun 21, 2021, 8:58 AM IST

ସାମ୍ନାକୁ ଆସିଲା ନୈରାଶ୍ୟଜନକ ଖବର । ‘ଖତୋରୋଁ କେ ଖିଲାଡି 11’ରେ ସରିଲା ଅଭିନବଙ୍କ ଯାତ୍ରା । ପୂର୍ବରୁ ବାହାରି ସାରିଛନ୍ତି ଅଭିନେତ୍ରୀ ନିକ୍କି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ଛୋଟ ପରଦାର ଫେସମ ରିୟାଲିଟି ଶୋ ‘ଖତୋରୋଁ କେ ଖିଲାଡି’ର ନୂଆ ସିଜନ 11କୁ ନେଇ ଉତ୍ସାହିତ ସମସ୍ତେ। ଏବେ ଶୋର ସୁଟିଂ ଆଫ୍ରିକାର କେପଟାଉନରେ ଚାଲିଛି । ଶୋରେ ଏଥର ଅନେକ ଜଣାଶୁଣା ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିବ। ଇତିମଧ୍ୟରେ ଶୋକୁ ନେଇ ବଡ ଖବର ସାମ୍ନାକୁ ଆସିଛି ।

ଶୁଣିବାକୁ ମିଳୁଛି ଯେ ସମସ୍ତଙ୍କ ଫେଭରେଟ ଆକ୍ଟର ଅଭିନବ ଶୁକ୍ଲା ଏଥର ଶୋରୁ ଏଲିମିନେଟ ହୋଇଯାଇଛନ୍ତି । ତାଙ୍କ ପୂର୍ବରୁ ‘ବିଗବସ 14’ ଫେମ ତଥା ଅଭିନେତ୍ରୀ ନିକ୍କି ତମ୍ବୋଲି ଶୋରୁ ବାହାରି ଯାଇଥିଲେ ।

ମିଡିଆ ରିପୋର୍ଟ ଅନୁଯାୟୀ ଅଭିନବ ଟପ 5 ପର୍ଯ୍ୟନ୍ତ ପହଞ୍ଚିଥିଲେ । ହେଲେ ଶୋର ବିଜେତା ସେ ହୋଇପାରିବେ ନାହିଁ । ଏବେ ଅଭିନବ ଶୋ’ରୁ ବାହାରକୁ ଆସିବା ପରେ ତାଙ୍କ ପ୍ରଶଂସକ ଟିକେ ନିରାଶ ହୋଇ ପଡିଛନ୍ତି। କାରଣ ସେ ଏହି ଶୋ’ର ବିଜେତା ହେବା ପାଇଁ ସଂପୂର୍ଣ୍ଣ ରୂପେ ବିବେଚିତ ହୋଇଥିଲେ । କିନ୍ତୁ ଏଲିମିନେଟକୁ ନେଇ ଶୋ ମେକର୍ସଙ୍କ ତରଫରୁ କୌଣସି ସୂଚନା ଏଯାବତ ସାମ୍ନାକୁ ଆସିନାହିଁ ।

ଯଦି ଶୋର ଟପ୍ 4 ପ୍ରତିଯୋଗୀଙ୍କ କଥା ହେବା ତାହାଲେ ଗାୟକ ରାହୁଲ ବୈଦ୍ୟ, ଦିବ୍ୟାଙ୍କା ତ୍ରିପାଠୀ, ଅର୍ଜୁନ ବିଜଲାନୀ ଓ ବରୁଣ ସୁଦ ଏହି ତାଲିକାରେ ସାମିଲ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.