ମୁମ୍ବାଇ: ବଲିଉଡ ଷ୍ଟାର୍ସକୁ ନେଇ ଛୋଟ ପରଦାର କଳାକାର ନିଜ ନିଜ ଘରେ ଗଣେଶ ଚତୁର୍ଥୀ ପାଳନ କରୁଥିବାର ନଜର ଆସିଛନ୍ତି । ବଲିଉଡର ଅନେକ ବଡ ଷ୍ଟାର୍ସ ଘରେ ଗଣେଶ ମୂର୍ତ୍ତି ସ୍ଥାପନ କରି ପୂଜାର୍ଚ୍ଚନା କରିଥିଲେ । ଯେଉଁଥିରେ ସାମିଲ ଥିଲେ ସବୁ ଧର୍ମର ଲୋକ । ହେଲେ ଟିଭିର ଫେମସ ଆକ୍ଟର ଆମୀର ଅଲ୍ଲୀ ଗଣେଶ ଚତୁର୍ଥୀ ପାଳନ କରିବାରୁ ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ ହେଉଛନ୍ତି । ସେ ମଧ୍ୟ କେଉଁ ଛାଡିବା ବ୍ୟକ୍ତି ଟ୍ରୋଲର୍ସଙ୍କୁ କଡା ଜବାବ ଦେଇ ମୁହଁ ବନ୍ଦ କରିଦେଇଛନ୍ତି ।
କଥାଟି ହେଲା ଯେ ଆମୀର ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ । ଯେଉଁଥିରେ ସେ ଗଣେଶ ଚତୁର୍ଥୀ ପାଳନ କରୁଥିବାର ଦେଖାଯାଉଛନ୍ତି । ଆଉ ତାଙ୍କ ସହ ପତ୍ନୀ ତଥା ଅଭିନେତ୍ରୀ ସଞ୍ଜୀଦା ଶେଖ ଓ ଫେମସ କୋରିଓଗ୍ରାଫର ରେମୋ ଡିସୁଜା ମଧ୍ୟ ଫଟୋରେ ନଜର ଆସୁଛନ୍ତି ।
- " class="align-text-top noRightClick twitterSection" data="
">
ଆମୀର ଫଟୋର କ୍ୟାପସନରେ ଲେଖିଥିଲେ, ‘ଆଶା, ସ୍ନେହ, କାମନା ଓ ଆଶୀର୍ବାଦ । କିଛି ଏମିତି ଥିଲା ଏବର୍ଷ ଗଣେଶ ପୂଜାରେ।’ ଏହି ପୋଷ୍ଟରେ ତାଙ୍କୁ ଟ୍ରୋଲ କରି ଟ୍ରୋଲର୍ସ ଲେଖିଥିଲେ, ‘ଆପଣ ମୁସଲିମ ହୋଇ ହିନ୍ଦୁ ଉତ୍ସବ କାହିଁକି ପାଳନ କରୁଛ।’
ଏହାର ଜବାବରେ ଆମୀର ଲେଖିଲେ,‘ ମୁଁ ଜଣେ ମୁସଲିମ କିନ୍ତୁ ମୋ ଧର୍ମ ମତେ ଅନ୍ୟ ଧର୍ମର ସମ୍ମାନ କରିବାକୁ ମନା କରିନାହିଁ । ଈଶ୍ବର ଜଣେ । ମୁଁ ଆହ୍ଲାଙ୍କ ଉପରେ ବିଶ୍ବାସ କରୁଛି । ମୋ ଭାଇ, ମୋ ବନ୍ଧୁ ଅନ୍ୟ ଈଶ୍ବରଙ୍କ ଉପରେ ବିଶ୍ବାସ କରୁଛନ୍ତି । ସବୁ ଜିନିଷ ଠିକ୍ ସମସ୍ତଙ୍କୁ ପ୍ରେମ ଓ ଶାନ୍ତି ମିଳିବା ଦରକାର।’