ମୁମ୍ବାଇ: ଟିଭିର ଫେମସ ଯୋଡି ସୋଏବ ଇବ୍ରାହିମ ଓ ଦୀପିକା କକ୍କର ସୋସିଆଲ ମିଡିଆରେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ଆସିଥାଆନ୍ତି। ଦୁଇଜଣ ‘ସସୁରାଲ ସିମର’ ଧାରାବାହିକ ସମୟରେ ପରସ୍ପର ପ୍ରେମରେ ପଡିଥିଲା । ଯାହାପରେ ଦୁଇଜଣ ବିବାହ ବନ୍ଧନରେ ଆବଦ୍ଧ ହୋଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। କାରଣ ସୋଏବ ମୁସଲିମ ଥିବା ବେଳେ ଦୀପିକା ହିନ୍ଦୀ। ଏହାକୁ ଆଧାର କରି ସୋସିଆଲ ମିଡିଆରେ ଦୁଇଜଣଙ୍କୁ ଖୁବ୍ ଟ୍ରୋଲ କରିଥିଲେ ୟୁଜର୍ଜ। ଏବେ ପୁଣିଥରେ ଦୀପିକାଙ୍କ ସମାଲୋଚନା ଶିକାର ହୋଇଛନ୍ତି। ହେଲେ ଟ୍ରୋଲର୍ସଙ୍କୁ କଡା ଜବାବ ଦେଇ ମୁହଁ ବନ୍ଦ କରିଦେଇଛନ୍ତି ତାଙ୍କ ସ୍ବାମୀ ସୋଏବ।
କଥାଟି ହେଲା ଯେ ନିକଟରେ ଇନଷ୍ଟାଗ୍ରାମ ପ୍ରଶ୍ନ-ଉତ୍ତର ସେଶନରେ ସୋଏବକୁ ୟୁଜର୍ସ ପ୍ରଶ୍ନ କରିଥିଲେ ଯେ କଣ ତାଙ୍କ ପରିବାର ଚାପ ପାଇଁ ଦୀପିକା ଭାରତୀୟ ପୋଷାକ ପିନ୍ଧୁଛନ୍ତି । ସେପଟେ ଏହାର ଜବାବରେ ସୋଏବ କହିଥିଲେ ଯେ ଏପରି ପ୍ରଶ୍ନ କରୁଥିବା ବ୍ୟକ୍ତିର ମାନସିକତା ପ୍ରକଟ ହେଉଛି।
ପ୍ରକାଶ ଥାଉକି ଦୀପିକା ପ୍ରଥମେ ରୋନକ ସାମସନଙ୍କୁ ବିବାହ କରିଥିଲେ। ହେଲେ ଦୁଇଜଣଙ୍କ ବିବାହ ବେଶୀ ଦିନ ପର୍ଯ୍ୟନ୍ତ ଚାଲିନଥିଲା। ଯାହାପରେ ତାଙ୍କ ଜୀବନରେ ସୋଏବ ଆସିଥିଲେ। 2011ରେ ଦୁଇଜଣ ‘ସସୁରାଲ ସୁମର’ ଶୋରେ ସାକ୍ଷାତ କରିଥିଲେ। ଆଉ 2018ରେ ମୁସଲିମ ବିଧି-ବିଧାନରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।