ମୁମ୍ବାଇ: ଅଭିନେତ୍ରୀ ଟିନା ଦତ୍ତା ୱେବ୍ ସିରିଜ୍ ସହିତ ଡିଜିଟାଲ୍ ଦୁନିଆରେ ପାଦ ଦେବାକୁ ପ୍ରସ୍ତୁତ ଅଛନ୍ତି ।
ଟେଲିଭିଜନ ଶୋ 'ଉତରନ୍'ରୁ ଦର୍ଶକଙ୍କ ହୃଦୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏହି ଅଭିନେତ୍ରୀ କହିଛନ୍ତି ଯେ, ସେ ଡିଜିଟାଲ୍ ସ୍ପେସରେ ପ୍ରବେଶ କରିବାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି ।
ଟିନା ତାଙ୍କର ନୂଆ ୱେବ୍ ସିରିଜ୍ 'ନକ୍ସଲ୍' ସହିତ ଡିଜିଟାଲ୍ ଡେବ୍ୟୁ କରିବେ ।
ଟିନା ତାଙ୍କ ଭୂମିକା ବିଷୟରେ କହିଛନ୍ତି, "ନକ୍ସଲ" ରେ ମୋତେ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିବ । ଏପରି ଭୂମିକା ଯାହା ମୁଁ ପୂର୍ବରୁ କେବେ ପରଦାରେ କରି ନାହିଁ । ମୁଁ ଶୋରେ ଜଣେ ପୋଲିସ୍ ଅଧିକାରୀଙ୍କ ଗର୍ଲଫ୍ରେଣ୍ଡ କେତକିଙ୍କ ଭୂମିକାରେ ନଜର ଆସିଛି । ମୋର ଏହି ଶୋ ରେ ମୋର ଏକ ପ୍ରମୁଖ ଭୂମିକା ରହିଛି । ଯେଉଁଥିରେ ମୋର ଚରିତ୍ର ଏବଂ କାହାଣୀ ସହିତ ଅନେକ ମୋଡ଼ ରହିଛି । ଏହାକୁ ନେଇ ମୁଁ ବହୁତ ଉତ୍ସାହିତ ଅଛି ।
ପ୍ରକାଶ ଥାଉ କି, ଏହି ୱେବ୍ ଶୋ ର ସୁଟିଂ ଗୋଆରେ କରାଯିବ । ଯେଉଁଥିରେ ଆମୀର ଅଲି ଏବଂ ରାଜୀବ ଖଣ୍ଡେଲୱାଲ ମଧ୍ୟ ନଜର ଆସିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ