ହାଇଦ୍ରାବାଦ: ବର୍ଷାରେ ହନ୍ତସନ୍ତ ମୁମ୍ବାଇ । ଏହି ବର୍ଷାରେ ଯାତାୟତ ମଧ୍ୟ ବାଧାପ୍ରାପ୍ତ ହୋଇଛି । ସାଧାରଣ ଲୋକଙ୍କ ଠୁ ଆରମ୍ଭ କରି ବଲିଉଡ ଓ ଟେଲିଭିଜନ କଳାକାର ସମସ୍ତେ କଲବଲ । ନିକଟରେ ରକୁଲ ପ୍ରିତ ଏୟାରପୋର୍ଟରେ ଫସିଥିବା ବେଳେ କ୍ରିଷ୍ଟାଲ ଡି' ସୋଜା କରନ ପଟେଲଙ୍କ ଘରେ ଆଶ୍ରୟ ନେଇଥିଲେ ।
ମାତ୍ର ଏଥର ବଜ୍ରପାତରୁ ଅଳ୍ପକେ ବର୍ତ୍ତିଛନ୍ତି ଟେଲିଭିଜନ ଅଭିନେତା ନାମିଶ ତନେଜା । ଏକ ସାକ୍ଷାତକାରରେ ଏନେଇ ଖୁଲାସା କରିଛନ୍ତି ନାମିଶ । ପରିବାର ସହ ଘରକୁ ଫେରୁଥିବା ସମୟରେ ବଜ୍ରପାତ ହୋଇଥିଲା । ନାମିଶ କହିଥିଲ ପ୍ରଥମେ ଜଣା ପଡିନଥିଲା ଯେ ତାଙ୍କ ଗାଡିରେ ହିଁ ବଜ୍ରପାତ ହୋଇଛି । ମାତ୍ର ପରେ ଆଖାପାଖ ଲୋକଙ୍କ ପାଟିଶୁଣିଥିଲେ ।
ଏହି ଘଟଣାରୁ ଅଳ୍ପକେ ବର୍ତ୍ତିଲା ପରେ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ନାମିଶ । ଏପରିକି ନାମିଶଙ୍କ ଗାଡିର କାଚ ମଧ୍ୟ ଭାଙ୍ଗିଯାଇଛି । ତେବେ ନାମିଶଙ୍କୁ ପପୁଲାର ସିରିଏଲ ‘ସ୍ବରାଗିଣୀ’ରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସେ ସିରିଏଲ ‘ମାଇକେ ଚଲି ଯାଉଙ୍ଗି’ରେ ସମର ଭୁମିକାରେ ନଜର ଆସୁଛନ୍ତି ।