ETV Bharat / sitara

ମେ 15ରୁ ଆମାଜନରେ ପାତାଳ ଲୋକ ଯାତ୍ରା ! - ଅନୁଷ୍କା ଶର୍ମା ପ୍ରଯୋଜନା ସଂସ୍ଥା

ମେ 15ରୁ ଆମାଜନ ପ୍ରାଇମ ଭିଡିଓରେ ଏହାର ପ୍ରସାରଣ ହେବ । ଏହାର କାହାଣୀ ଭାରତର ତିନୋଟି ପୌରାଣିକ କ୍ଷେତ୍ର ପାତାଲ ଲୋକ, ଧରିତ୍ରୀ ଲୋକ, ସ୍ବର୍ଗ ଲୋକ ଉପରେ ଆଧାରିତ । ଅଧିକ ପଢନ୍ତୁ...

ମେ 15ରୁ ଆମାଜନରେ ପାତାଳ ଲୋକ ଯାତ୍ରା !
ମେ 15ରୁ ଆମାଜନରେ ପାତାଳ ଲୋକ ଯାତ୍ରା !
author img

By

Published : May 6, 2020, 6:40 AM IST

ମୁମ୍ବାଇ: ଫିଲ୍ମ ପରେ ଏବେ ୱେବ ସିରିଜରେ ଡେବ୍ୟୁ କରିଛନ୍ତି ଅନୁଷ୍କା ଶର୍ମା । ପ୍ରଯୋଜିକା ଭାବେ ଫିଲ୍ମରେ ସଫଳତା ପରେ ଅନଲାଇନରେ ଭାଗ୍ୟ ପରୀକ୍ଷା କରିବେ କୋହଲିଙ୍କ ଧର୍ମପତ୍ନୀ । ନିଜ ପ୍ରଯୋଜନା ସଂସ୍ଥା କ୍ଲିନ ସ୍ଲେଟ ଫିଲ୍ମସର ପ୍ରଥମ ୱେବ ସିରିଜ ‘ପାତାଲ ଲୋକ’ର ଟ୍ରେଲର ରିଲିଜ ହୋଇଛି ।

ସୋମବାର ଏନେଇ ସେ ଘୋଷଣା କରିଥିବାବେଳେ ମଙ୍ଗଳବାର ଟ୍ରେଲର ଛାଡିଛନ୍ତି । ମେ 15ରୁ ଆମାଜନ ପ୍ରାଇମ ଭିଡିଓରେ ଏହାର ପ୍ରସାରଣ ହେବ । ଏହାର କାହାଣୀ ଭାରତର ତିନୋଟି ପୌରାଣିକ କ୍ଷେତ୍ର ପାତାଲ ଲୋକ, ଧରିତ୍ରୀ ଲୋକ, ସ୍ବର୍ଗ ଲୋକ ଉପରେ ଆଧାରିତ । ଏଥିରେ ଆଧୁନିକ ଭାରତକୁ ଏହି ତିନୋଟି କ୍ଷେତ୍ର ସହ ତୁଳନା କରାଯାଇଛି । ବ୍ୟବସାୟ କ୍ଷେତ୍ରକୁ ସ୍ବର୍ଗ ଲୋକ, କର୍ମକ୍ଷେତ୍ରକୁ ଧରିତ୍ରୀ ଲୋକ ଏବଂ ଅପରାଧୀଙ୍କ କ୍ଷେତ୍ରକୁ ପାତାଲ ଲୋକ ବୋଲି ଦର୍ଶାଯାଇଛି ।

ଏହାର କାହାଣୀ ଦେଶର ଜଣେ ଲୋକପ୍ରିୟ ସାମ୍ବାଦିକଙ୍କୁ ହତ୍ୟା କରିବାର ବିଫଳ ପ୍ରୟାସ ଉପରେ ଆଧାରିତ । ଏଥିରେ ଅଭିଷେକ ବାନାର୍ଜୀ, ଗୁଲ ପନାଗ, ଜୟଦୀପ ଅହଲୱାତ, ନୀରଜ କବି ପ୍ରମୁଖ ଅଭିନୟ କରିଛନ୍ତି । ଏହି ଥ୍ରିଲର କାହାଣୀକୁ କ୍ରିଏଟ କରିଛନ୍ତି ସୁଦୀପ ଶର୍ମା । ଆମାଜନ ପ୍ରାଇମ ଭିଡିଓରେ ଏହାର ପ୍ରସାରଣ ମେ 15ରୁ ଆରମ୍ଭ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.