ETV Bharat / sitara

ଟିଆରପି ମାମଲାରେ ସବୁ ସିରିୟଲକୁ ପଛରେ ପକାଇଲା ‘ଦ କପିଲ ଶର୍ମା’ ଶୋ

ଏଥର ଟିଆରପିରେ ପ୍ରଥମ ସ୍ଥାନ ଅକ୍ତିଆର କରିଛି କମେଡି ଶୋ ‘ଦ କପିଲ ଶର୍ମା’ । ଜାରି ହୋଇଯାଇଛି ବାର୍କ ରେଟିଂ ଲିଷ୍ଟ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କପିଲ ଶର୍ମା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କପିଲ ଶର୍ମା
author img

By

Published : Aug 15, 2020, 8:05 PM IST

ମୁମ୍ବାଇ: ବାର୍କର 31 ସପ୍ତାହର ଟିଆରପି ରେଟିଂ ସାମ୍ନାକୁ ଆସିଯାଇଛି । ଏଥର ଟିଆରପି ଲିଷ୍ଟରେ ଆଶ୍ଚର୍ଯ୍ୟକର ଜିନିଷ ଦେଖିବାକୁ ମିଳୁଛି । କୋରୋନା କାଳରେ 4 ମାସ ପରେ ଟିଭି ସିରିୟଲର ସୁଟିଂ ଆରମ୍ଭ ହୋଇଛି । ସେପଟେ ଦର୍ଶକଙ୍କ ତରଫରୁ ସିରିୟଲକୁ ନେଇ ଆଶ୍ଚର୍ଯ୍ୟକର ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ତେବେ ଆସନ୍ତୁ ନଜର ପକାଇବା ରେଟିଂ ଲିଷ୍ଟ ଉପରେ...

ସାଧାରଣତଃ ପ୍ରଥମ ସ୍ଥାନରେ ସାସ ବୋହୂ ସିରିୟଲ ରହିଥାଏ । ହେଲେ ଏଥର କିଛି ଭିନ୍ନ ହୋଇଛି । ସାସ ବୋହୂ ସିରିୟଲକୁ ପଛରେ ପକାଇ କମେଡି କିଙ୍ଗ କପିଲ ଶର୍ମାଙ୍କ ଫେମସ ଶୋ ‘ଦ କପିଲ ଶର୍ମା’ ପ୍ରଥମ ସ୍ଥାନ ଅକ୍ତିଆର କରିଛି । 4 ମାସ ପରେ ଯେବେ କପିଲ ଶୋକୁ ଫେରିଲେ, ତେବେ ସେଟର ମାହୋଲ ସମ୍ପୂର୍ଣ୍ଣ ବଦଳିଯାଇଥିଲା । କୋଭିଡ-19 ପାଇଁ ସେଟରେ ଦର୍ଶକଙ୍କୁ ବସିବାର ଅନୁମତି ମିଳିନାହିଁ । ସେହିପରି ଏହାର ପ୍ରଥମ ଏପିସୋଡରେ ହ୍ୟାଣ୍ଡସମ ଆକ୍ଟର ସୋନୁ ସୁଡ ଅତିଥି ରୂପେ ପହଞ୍ଚିଥିଲେ । ଲକଡାଉନରେ କ୍ରମାଗତ ଭାବେ ଦେଶବାସୀଙ୍କ ସେବା କରିଆସୁଥିବା ସୋନୁ କପିଲଙ୍କ ଶୋରେ ନିଜ ଅନୁଭୂତି ସେୟାର କରିଥିଲେ ।

ଲିଷ୍ଟରେ ଦ୍ବିତୀୟ ସ୍ଥାନରେ ସିରିୟଲ ‘କୁଣ୍ଡଲୀ ଭାଗ୍ୟ’ ଅଛି । ଏହି ସିରିୟଲ ଦୀର୍ଘ ସମୟରୁ ଟପ ପୋଜିସନରେ ରହିଆସୁଛି । ତୃତୀୟ ସ୍ଥାନରେ ‘ଅନୁପମା’ ସିରିୟଲ। ଏହି ଲିଷ୍ଟରେ ଏଥର ପଛକୁ ପଳେଇଛି ଚର୍ଚ୍ଚିତ କମେଡି ଶୋ ‘ତାରକ ମେହେତା କା ଉଲ୍ଟା ଚଷମା’ । କାରଣ ଏହି ଶୋ ଚତୁର୍ଥ ସ୍ଥାନରେ ଅଛି । ସେହିପରି ପଞ୍ଚମ ସ୍ଥାନରେ ଡାସିଂ ରିୟାଲିଟି ଶୋ ‘ଇଣ୍ଡିଆଜ ବେଷ୍ଟ ଡାନ୍ସର’ । ଯାହାର ଜଜ ମଲାଇକା ଅରୋରା, ଗୀତା କପୁର ଓ ଟେରେନ୍ସ ଲୁଇସ । ଏହାର ହୋଷ୍ଟ କରୁଛନ୍ତି ଭାରତୀ ସିଂ ଓ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟା।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.