ମୁମ୍ବାଇ: ଛୋଟ ପରଦାର ପପୁଲାର ଧାରାବାହିକ ‘ବେହଦ’ ଜଲଦି ନିଜର ଆଗାମୀ ସିଜନ ନେଇ ପରଦାରେ ନଜର ଆସିବ । ପ୍ରଥମଥର କୌଣସି ମହିଳା ଭୂମିକାକୁ ଗ୍ରେ ସେଡ ରୂପେ ପର୍ଯ୍ୟବେସିତ କରି ଏହି ଧାରାବାହିକଟି ଭାରତୀୟ ଟେଲିଭିଜନରେ ବେଞ୍ଚମାର୍କ ସେଟ କରିବାରେ ସଫଳ ହୋଇଥିଲା । ଏହାର ପ୍ରଥମ ସିଜନରେ ଲୋକପ୍ରିୟ ଅଭିନେତ୍ରୀ ଜେନିଫର ୱିଙ୍ଗେଟଙ୍କ ଭୂମିକା ‘ମାୟା’ ଖୁବ୍ ଲାଇମ୍ଲାଇଟରେ ରହିଥିଲା । ଯାହାକୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକ ଆଉ ଅପେକ୍ଷା କରିବସିଥିଲେ ଏହାର ଆଗାମୀ ସିଜନକୁ ।
ଶୁଣିବାକୁ ମିଳୁଛି ଯେ ଏହାର ଦ୍ବିତୀୟ ସିଜନ ଜଲଦି ଛୋଟ ପରଦାରେ ପ୍ରର୍ଦଶିତ ହେବ କିନ୍ତୁ ଜେନିଫର ଫ୍ୟାନ୍ସଙ୍କ ପାଇଁ ଏକ ନୈରାଶଜନକ ଖବର ମଧ୍ୟ ସାମ୍ନାକୁ ଆସିଛି। କଥାଟି ହେଲା କି ଏଥର ଜେନିଫରକୁ ରିପ୍ଲେସ କରିପାରନ୍ତି ‘ନାଗିନ-3’ ଫେମ ଅଭିନେତ୍ରୀ ସୁରଭି ଜ୍ୟୋତି । ‘ବେହଦ’ର ଦ୍ବିତୀୟ ସଂସ୍କରଣରେ ଅଭିନୟ କରିବେ ସୁରଭି। ବର୍ତ୍ତମାନ ଖବର ଜୋରଧରିଛି ଯେ ମେକର୍ସ ପ୍ଲାନ କରୁଛନ୍ତି ଏହି ଧାରାବାହିକରେ ସୁରଭିଙ୍କୁ କାଷ୍ଟ କରିବାକୁ ।
ପ୍ରକାଶ ଥାଉକି ଜେନିଫର ଓ ଶୋର ପ୍ରଯୋଜକଙ୍କ ମଧ୍ୟରେ ଫିସକୁ ନେଇ ଯୁକ୍ତିତର୍କ ହେବା ପରେ ଏପରି ନିଷ୍ପତ୍ତି ନେଇଛନ୍ତି ମେକର୍ସ । ଅନ୍ୟପଟେ ଜେନିଫର ମଧ୍ୟ ଚାହୁଁନାହାଁନ୍ତି ‘ବେହଦ’ରେ କାମ କରିବାକୁ । ଏହାସହ ଧାରାବାବିକର ମେଲ ଲୀଡ କୁଶାଲ ଟଣ୍ଡନଙ୍କୁ ମଧ୍ୟ ରିପ୍ଲେସ କରିବେ ମେକର୍ସ ।