ETV Bharat / sitara

ବଧୂ ବେଶରେ କୋରିଓଗ୍ରାଫର ଗୀତା, ଫଟୋ ଭାଇରାଲ - ବଧୂ ବେଶରେ କୋରିଓଗ୍ରାଫର ଗୀତା

ଏବେ ଚର୍ଚ୍ଚାରେ କୋରିଓଗ୍ରାଫର ଗୀତା କପୁରଙ୍କ କିଛି ଫଟୋ । ଯେଉଁଥିରେ ସେ ସିନ୍ଦୁର ଲଗାଇଥିବା ନଜର ଆସିଛନ୍ତି । ଅଧିକ ପଢନ୍ତୁ...

super-dancer-4-chapter-show-judge-geeta-kapoor-reveals-truth-behind-sindoor
ବଧୂ ବେଶରେ କୋରିଓଗ୍ରାଫର ଗୀତା, ଫଟୋ ଭାଇରାଲ
author img

By

Published : May 19, 2021, 10:56 PM IST

ନୂଆଦିଲ୍ଲୀ : ଏବେ ଚର୍ଚ୍ଚାରେ କୋରିଓଗ୍ରାଫର ଗୀତା କପୁରଙ୍କ କିଛି ଫଟୋ । ଯେଉଁଥିରେ ସେ ସିନ୍ଦୁର ଲଗାଇଥିବା ନଜର ଆସିଛନ୍ତି । ବିନା ବିବାହରେ ଗୀତା ସିନ୍ଦୂର ଲଗାଇଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ତାଙ୍କ ଫ୍ୟାନ୍ସ । ଯାହାକୁ ନେଇ ଫ୍ୟାନ୍ସଙ୍କ ମନରେ ଉଙ୍କି ମାରୁଛି ଅନେକ ପ୍ରଶ୍ନ । କେତେକ ଭାବୁଛନ୍ତି ଯେ, ସେ ଲୁଚିଛପି ବିବାହ କରିଥାଇ ପାରନ୍ତି ।

ତେବେ ଏହି ଫଟୋଗୁଡ଼ିକ ଫଟୋସପ ନୁହେଁ ବରଂ ଅସଲି ଫଟୋ ବୋଲି ଖୁଲାସା କରିଛନ୍ତି ଗୀତା । ଯଦି ବିବାହ କରିବି ତେବେ ଲୁଚାଇବି ନାହିଁ । ଆଉ ମା’ଙ୍କ ଦେହାନ୍ତକୁ କିଛି ମାସ ହୋଇଛି କିପରି ବିବାହ କରିପାରିବି ବୋଲି ପ୍ରଶ୍ନ କରିଛନ୍ତି ଗୀତା ।

ଫଟୋ ବିଷୟରେ ପଚରାଯିବାରୁ, ଗୀତା କହିଛନ୍ତି ଯେ ଫଟୋଗୁଡ଼ିକ ଅସଲି ଅଟେ । ମୁଁ ସିନ୍ଦୁର ଲଗାଇଛି। ଏହି ଫଟୋଗୁଡ଼ିକ ହେଉଛି ‘ସୁପର ଡାନ୍ସର୍ ୪’ର ଲାଟେଷ୍ଟ ଫଟୋସୁଟ୍ । ଏହି ଏପିସୋଡ୍ ବଲିଉଡର ଏଭରଗ୍ରୀନ୍ ହିରୋଇନମାନଙ୍କ ଉପରେ ଅଛି । ଏଥିରେ ଆମକୁ ସେମାନଙ୍କ ପରି ପ୍ରସ୍ତୁତ ହେବାର ଥିଲା । ମୁଁ ରେଖାଜୀଙ୍କ ପରି ପ୍ରସ୍ତୁତ ହୋଇଥିଲି । ସେ ସିନ୍ଦୂର ଲଗାନ୍ତି,ତେଣୁ ମୁଁ ମଧ୍ୟ ସିନ୍ଦୁର ଲଗାଇଲି ।

ପ୍ରକାଶ ଥାଉ ଯେ, ୧୨ ଜାନୁୟାରୀ 2021 ରେ, ଗୀତାଙ୍କ ମା' ଏହି ଦୁନିଆକୁ ବିଦାୟ ଜଣାଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.