ETV Bharat / sitara

ହନୁମାନଙ୍କୁ ମନେ ପକାଇଲେ ଲକ୍ଷ୍ମଣ

author img

By

Published : Apr 16, 2020, 1:22 PM IST

ସୋସିଆଲ ମିଡିଆରେ ଭାଇରାଲ ହେଲା ‘ରାମାୟଣ’ର ଲକ୍ଷ୍ମଣ ଓ ହନୁମାନଙ୍କ ଫଟୋ। ଫଟୋ ସେୟାର କରି ହନୁମାନଙ୍କୁ ମିସ କରିବା କଥା କହିଲେ ଲକ୍ଷ୍ମଣ।

sunil lahiri
ଡିଜାଇନ ଫଟୋ

ମୁମ୍ବାଇ: ରାମନନ୍ଦ ସାଗରଙ୍କ ପୌରାଣିକ ଧାରାବାହିକ ‘ରାମାୟଣ’ ଦୂରଦର୍ଶନରେ ପୁନଃ ପ୍ରସାରଣ ହେଉଛି। ଏବେ ଶୋରେ ରାମ ଓ ରାବଣଙ୍କ ମଧ୍ୟରେ ଯୁଦ୍ଧ ଚାଲିଛି। ଲକ୍ଷ୍ମଣଙ୍କ ଜୀବନ ବଞ୍ଚାଇବା ପାଇଁ ଭଗବାନ ହନିମାନ ସଞ୍ଜୀବନି ବୁଟି ଆଣିବାକୁ ବାହାରିଯାଇଛନ୍ତି। ସୋସିଆଲ ମିଡିଆରେ ଏହାକୁ ନେଇ ଖୁବ୍ ଚର୍ଚ୍ଚା ମଧ୍ୟ। ଏହା ଉପରେ ଅନେକ ମିମି ସୋସିଆଲ ମିଡିଆରେ ଘୁରିବୁଲୁଛି। ଦର୍ଶକଙ୍କ ମଧ୍ୟ ଏହି ଏପିସୋଡ ପାଇଁ ଖୁବ୍ ଉତ୍ସାହିତ।

photo
ଫଟୋ ସୌଜନ୍ୟ: ଟ୍ବିଟର@ସୁନୀଲ ଲହରୀ

ଇତିମଧ୍ୟରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରୁଥିବା ଅଭିନେତା ସୁନୀଲ ଲହରୀ ଟ୍ବିଟରରେ ଲେଜେଣ୍ଡ ଆକ୍ଟର ଦାରା ସିଂଙ୍କୁ ମନେ ପକାଇଛନ୍ତି। ସେ ଦାରାଙ୍କ ସହ ନିଜର ଏକ ପୁରୁଣା ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ବିଶିଷ୍ଟ କଳାକାର ଓ ମହାନ ବ୍ୟକ୍ତିତ୍ବ ଦାରା ସିଂ। ହନୁମାନଙ୍କ ସହ ମୋର ପୁରୁଣା ସ୍ମୃତି। ମୁଁ ତାଙ୍କ ସହ କାମ କରି ନିଜକୁ ଭାଗ୍ୟବାନ ମାନୁଛି।’

ବର୍ତ୍ତମାନ ଦୁଇଜଣଙ୍କ ଏହି ଫଟୋରେ ୟୁଜର୍ସଙ୍କ ଅନେକ କମେଣ୍ଟ ଦେଖିବାକୁ ମିଳୁଛି। ପ୍ରକାଶ ଥାଉକି ଲକଡାଉନରେ ଦର୍ଶକଙ୍କୁ ମନୋରଞ୍ଜନ କରିବା ପାଇଁ ଦୂରଦର୍ଶନ ସବୁ ପୁରୁଣା ଧାରାବାହିକକୁ ପୁନଃ ପ୍ରସାରଣ କରୁଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.