ETV Bharat / sitara

ସିଦ୍ଧାର୍ଥଙ୍କ କଥା ଭାବିଲେଣି ରଶ୍ମି, ଦେଖନ୍ତୁ ଭିଡିଓ

ସଲମାନ ଖାନଙ୍କ ବିବାଦୀୟ ଶୋ ବିଗ ବସ 13ର ବଡ ଶତ୍ରୁ ରଶ୍ମି ଦେସାଇ ଓ ସିଦ୍ଧାର୍ଥ ଶୁକ୍ଲାଙ୍କ ମଧ୍ୟରେ ଧିରେ ଧିରେ ଆରମ୍ଭ ହେଉଛି ନୂଆ ସମ୍ପର୍କ । ରଶ୍ମିଙ୍କ ଚିନ୍ତା କରିବାରେ ଲାଗିଲେଣି ସିଦ୍ଧାର୍ଥ । ଯାହା ରଶ୍ମିଙ୍କୁ କରୁଛି ଆଶ୍ଚର୍ଯ୍ୟ ।

_sidharthshukla and rashmi desai
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Jan 27, 2020, 7:46 PM IST

ମୁମ୍ବାଇ: ରିୟାଲିଟି ଶୋ ବିଗ ବସର ଫେମସ ପ୍ରତିଯୋଗୀ ସିଦ୍ଧାର୍ଥ ଶୁକ୍ଲା ଓ ରଶ୍ମି ଦେସାଇଙ୍କୁ ଖୁବ୍ ପସନ୍ଦ କରୁଛନ୍ତି ଦର୍ଶକ । ଦୁଇଜଣଙ୍କ ଫ୍ୟାନ ଫଲୋଇଂ ଜବରଦସ୍ତ । ହେଲେ ବିଗ ବସ ହାଉସରେ ଦର୍ଶକ ତାଙ୍କ କେମେଷ୍ଟ୍ରି ଅପେକ୍ଷା ଅଧିକ ନଫରତ ଦେଖିଛନ୍ତି । ଶୋରେ ଦୁଇଜଣଙ୍କ ମଧ୍ୟରେ ହାଇଭୋଲ୍ଟେଜ ଡ୍ରାମା ପ୍ରାୟତଃ ଦେଖିବାକୁ ମିଳିସାରିଛି । ହେଲେ ଏବେ ଧିରେ ଧିରେ ଦୁଇଜଣଙ୍କ ସମ୍ପର୍କରେ ପରିବର୍ତ୍ତନ ହେବାରେ ଲାଗିଛି । ରଶ୍ମି ଓ ସିଦ୍ଧାର୍ଥ ପରସ୍ପର ସହ ବର୍ତ୍ତମାନ ଭଲରେ କଥାବାର୍ତ୍ତା ହେଉଛନ୍ତି ।

ଭିଡିଓ ସୌଜନ୍ୟ: ଟ୍ବିଟର@କଲର୍ସ ଚ୍ୟାନେଲ

ଅପକମିଂ ଏପିସୋଡରେ ସିଦ୍ଧାର୍ଥ ଓ ରଶ୍ମି ଫ୍ୟାନ୍ସଙ୍କ ମଜାଦାର ପ୍ରଶ୍ନର ଉତ୍ତର ଦେବାକୁ ଯାଉଛନ୍ତି । ଯାହାର ପ୍ରୋମୋ ଭିଡିଓରେ ଏହି ଯୋଡି ଗାର୍ଡନ ଏରିୟାରେ ପରସ୍ପର ସହ କଥାବାର୍ତ୍ତା ହେଉଥିବାର ଦେଖାଯାଉଛନ୍ତି । ଭିଡିଓରେ ରଶ୍ମି ଏହା କହୁଥିବାର ନଜର ଆସୁଛନ୍ତି ଯେ ତାଙ୍କ ମସ୍ତିଷ୍କରେ ଅନେକ କଥା ଆସୁଛି । ତାଙ୍କର ଏପରି କଥା ଶୁଣି ସିଦ୍ଧାର୍ଥ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ସେ ପରେ ରଶ୍ମିଙ୍କୁ ପ୍ରଶ୍ନ କରୁଛନ୍ତି ତୁମ ମସ୍ତିଷ୍କରେ କଣ ଚାଲୁଛି ।

ଯାହାର ଜବାବରେ ରଶ୍ମି କହୁଛନ୍ତି ତୁମେ ଏବେ ଭଲ ରହୁଛ । ତାଙ୍କର ଧ୍ୟାନ ବି ରଖୁଛ । 10 ଥର କିଛି ଜିନିଷ ପାଇଁ ପଚାରୁଛ । ଯାହା ତାଙ୍କୁ ଆଦୌ ଭିନ୍ନ ଲାଗୁଛି । ଆପଣ ମଧ୍ୟ ଦେଖନ୍ତୁ ଏହି ଭିଡିଓ...

ଏବେ ଦେଖିବା ବାକି ରହିଲା ରଶ୍ମି ଓ ସିଦ୍ଧାର୍ଥ ବିଗ ବସ ହାଉସରେ ଭଲ ବନ୍ଧୁ ସାଜୁଛନ୍ତି ନାଁ ପୂର୍ବ ପରି ପୁଣି ଝଗଡା କରୁଛନ୍ତି । ପ୍ରକାଶ ଥାଉକି ଏଥର ‘ୱିକେଣ୍ଡ କା ୱାର’ ଏପିସୋଡରେ ବିଗ ବସ ହାଉସରୁ ଆଉଟ ହୋଇଯାଇଛନ୍ତି ଶେଫାଳି ଜରିୱାଲା । ଘରୁ ବାହାରିବା ପରେ ସେ ପ୍ରତିଯୋଗୀ ଆସୀମ ରିୟାଜଙ୍କ ବିଷୟରେ ଏକ ସାକ୍ଷାତକାରରେ ଅନେକ କଥା କହିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.