ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅକାଳ ବିୟୋଗରେ ମାନସିକ ସ୍ବାସ୍ଥ୍ୟର ମହତ୍ତ୍ୱକୁ ପୁଣି ଥରେ ଦର୍ଶାଯାଇଛି ।
ଟେଲିଭିଜନ କଳାକାର ଶିବିନ ନାରାଙ୍ଗ କହିଛନ୍ତି ଯେ, ବିଦ୍ୟାଳୟଗୁଡ଼ିକର ପାଠ୍ୟକ୍ରମରେ ମାନସିକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବିଷୟ ଅନ୍ତର୍ଭୂକ୍ତ କରାଯିବା ଉଚିତ ।
ମୁଁ ଭାବୁଛି ଏହା ଏମିତି ଏକ ଶିକ୍ଷା ଅଟେ, ଯାହା ପିଲାମାନଙ୍କୁ ପିଲାଦିନରୁ ଏହି ବିଷୟରେ ଶିକ୍ଷା ଦିଆଯିବା ଆବଶ୍ୟକ । ପିଲାଦିନରୁ ମାନସିକ ସ୍ବାସ୍ଥ୍ୟ ବିଷୟରେ ଏହାର ଲକ୍ଷଣଠାରୁ ଆରମ୍ଭ କରି ଏହାକୁ କିପରି ମୁକାବିଲା କରାଯିବ ସେ ପର୍ଯ୍ୟନ୍ତ ଏହାକୁ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବା ଉଚିତ୍ । କିନ୍ତୁ, ମୋର ମନେ ନାହିଁ, ଆମକୁ ଏହିପରି କିଛି ଶିକ୍ଷା ପିଲାବେଳେ ଦିଆଯାଇଛି କି ନାହିଁ ।
ତେବେ ସେ ଏହା ମଧ୍ୟ କହିଛନ୍ତି ଯେ ଏଣ୍ଟରଟେନମେଣ୍ଟ ଇଣ୍ତଷ୍ଟ୍ରିରେ ଲୋକମାନେ ଏହା ବିଷୟରେ ଅବଗତ ଅଛନ୍ତି ଏବଂ ଏହାକୁ ଗ୍ରହଣ କରୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ